ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରେପୋ ରେଟ୍ ଅପରିବର୍ତ୍ତିତ । ମନିଟାରୀ ପଲିସି କମିଟି ବୈଠକରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିବାକୁ ନିଷ୍ପତି ନେଇଛି ଆରବିଆଇ । ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ୬.୫ ପ୍ରତିଶତରେ ରେପୋ ରେଟ୍ ଅପରିବର୍ତ୍ତିତ । ସେହିପରି ଡିପୋଜିଟ୍ ଫାସଲିଟି ହାର ୬.୨୫ ପ୍ରତିଶତରେ ଅପରିବର୍ତ୍ତିତ, ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି ରେଟ୍ ମଧ୍ୟ ୬.୭୫ ପ୍ରତିଶତରେ ଅପରିବର୍ତ୍ତିତ ।
ସୂଚନାଯୋଗ୍ୟ, ୨୦୨୩ ମସିହା ଫେବୃଆରୀ ୮ ତାରିଖରେ ରେପୋ ରେଟ୍ ରେ ପରିବର୍ତ୍ତନ କରିଥିଲା ଆରବିଆଇ । ସେହିସମୟରେ ୨୫ ବେସିସି ପଏଣ୍ଟ ବୃଦ୍ଧି ହୋଇ ୬.୫୦ ପ୍ରତିଶତ କରାଯାଇଥିଲା ।