ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଣିକି ମହଙ୍ଗା ହେବ ଇଏମଆଇ । ରେପୋ ରେଟ୍ ବୃଦ୍ଧି କରିବାକୁ ନେଇ ଆରବିଆଇର ନିଷ୍ପତି । ଆରବିଆଇ ପକ୍ଷରୁ ରେପୋ ରେଟ୍ ରେ ୫୦ ବେସିସ୍ ପଏଣ୍ଟ ବୃଦ୍ଧି କରାଯାଇ ରେପୋ ରେଟ୍ କୁ ୪.୪୦ ପ୍ରତିଶତରୁ ୪.୯୦ ପ୍ରତିଶତ କରାଯାଇଛି ।
ଆରବିଆଇର ମନିଟାରୀ ପଲିସିର ବୈଠକ ପରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରେପୋ ରେଟ୍ ବୃଦ୍ଧି ର ଘୋଷଣା କରିଛନ୍ତି । ଆରବିଆଇର ଏହି ନିଷ୍ପତି ପରେ ଗୃହ ଋଣଠୁ ନେଇ କାର, ପାଠପଢା ଋଣ ଆଦି ସବୁକିଛି ମହଙ୍ଗା ହୋଇଯିବ ।
ଏହା ପୂର୍ବରୁ ମେ ୪ ତାରିଖରେ ରେପୋ ରେଟ୍ ରେ ୪୦ ବେସିସ ପଏଣ୍ଟ ବୃଦ୍ଧି କରିଥିଲା ଆରବିଆଇ । ଏବେ ମାସକ ମଧ୍ୟରେ ପୁଣି ଥରେ ରେପୋ ରେଟ୍ ୫୦ ବେସିସ ପଏଣ୍ଟ ବୃଦ୍ଧି କରାଯାଇଛି ।