ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ସବୁଠାରୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ତାର ସୁରକ୍ଷିତ ଡିପେଜିଟ୍ ଲକରର ଦର ବଢାଇ ଦେଇଛି । ଯାହାଦ୍ୱାରା ଗ୍ରାହକଙ୍କୁ ଏବେ ବଡ ଝଟକା ଲାଗିଛି । ଏହି ନୂତନ ଚାର୍ଜ ମାର୍ଚ୍ଚ ୩୧ ରୁ ଲାଗୁ ହେବ । ଏନେଇ ଗତ ମାସରୁ ଘୋଷଣା କରାଯାଇଥିଲା ।
ଏସବିଆଇ ଦ୍ୱାରା ସୁରକ୍ଷିତ ଡିପୋଜିଟ୍ ଲକର ପାଇଁ ବାର୍ଷିକ ଚାର୍ଜ ୫୦୦ ଟଙ୍କ ମହଙ୍ଗା କରାଯାଇଛି । ସେହି ଅନୁଯାୟୀ ଏକ ବର୍ଷ ପାଇଁ ସ୍ମଲ ଲକରର ଚର୍ଜ ଏବେ ୨୦୦୦ ଟଙ୍କା ହୋଇ ଯାଇଛି । ସେହିପରି ଏକ୍ସଟ୍ରା ଲାର୍ଜ ଲକର ପାଇଁ ଏବେ ଗ୍ରାହକଙ୍କୁ ୯ ହଜାର ବଦଳରେ ୧୨ ହଜାର ଟଙ୍କା ଦେବାକୁ ପଡିବ । ମିଡିୟମ ଲକର ପାଇଁ ୪ ହଜାର ଦେବାକୁ ପଡିବ । ଲାର୍ଜ କ୍ର ପାଇଁ ୮ ହଜାର ଟଙ୍କା ଦେବାକୁ ପଡିବ ।
ଏସବିଆଇ ତାର ସମସ୍ତ ଗ୍ରାମୀଣ ଏବଂ ସହରୀ କ୍ଷେତ୍ରରେ ଥିବା ଶାଖା ମାନଙ୍କରେ ଲକର ସେବା ପ୍ରଦାନ କରିଥାଏ । ଏହି ଲକର ଚାର୍ଜ ୩୩ ପ୍ରତିଶତ ବୃଦ୍ଧି କରାଯାଇଛି । ଏହି ନୂତନ ଦର କେବଳ ମେଟ୍ରୋ ଏବଂ ସହରରେ ଲାଗୁ ହେବ ।