ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): କରୋନା ମୁକାବିଲା କରିବା ପାଇଁ ଦୁଇ ମାସରୁ ଅଧିକ ଦିନ ହେବ ଦେଶରେ ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ ହୋଇ ରହିଛି । ତେବେ ଆସନ୍ତା ଅଗଷ୍ଟ ମାସ ପରେ ଶିକ୍ଷାନୁଷ୍ଠାନ ଖୋଲିବ ବୋଲି ଏଚଡିଆର ମନ୍ତ୍ରୀ ରମେଶ ପୋଖରିୟାଲ କହିଛନ୍ତି । ଏହା ସହ ସେ କହିଛନ୍ତି ପ୍ରଥମେ ଗ୍ରୀନ ଜୋନ ଓ ଅରେଞ୍ଜ ଜୋନରେ ଶିକ୍ଷାନୁଷ୍ଠାନ ଖୋଲାଯିବ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମଜିକ ଦୁରତା ବଜାଇ ରଖାଯିବା ସହ ଅଳ୍ପ ଛାତ୍ରଛାତ୍ରୀଙ୍କୁ ନେଇ ଦୁଇଟି ସିଫ୍ଟିରେ ସ୍କୁଲ ଗୁଡିକ ଖୋଲାଯିବ । ଏହା ସହ ମନ୍ତ୍ରୀ କହିଛନ୍ତି ଯେ, ସିବିଏସଇ ବୋର୍ଡ ପରୀକ୍ଷା ଜୁଲାଇ ୧ ରୁ ୧୫ ମଧ୍ୟରେ ଅନୁଷ୍ଠିତ ହେବ ସେହିପରି ଆଇସିଏସଇ/ଆଇଏସସି ପରୀକ୍ଷା ଜୁଲାଇ ୧ ରୁ ଜୁଲାଇ ୧୨ ମଧ୍ୟରେ ଅନୁଷ୍ଠିତ ହେବ । NEET ପରୀକ୍ଷା ଜୁଲାଇ ୨୬ ରେ,JEE ପରୀକ୍ଷା ଜୁଲାଇ ୧୮ ରୁ ୨୩ ମଧ୍ୟରେ ହେବ ବିଦ୍ୟାଳୟଗୁଡ଼ିକ ଖୋଲିବା ପରେ ସୁରକ୍ଷା ପାଇଁ ୟୁଜିସି, ଏନସିଇଆରଟି ନିର୍ଦ୍ଦେଶାବଳୀ ଅନୁସରଣ କରିବେ ।
ଏହିପରି, କଲେଜ ଏବଂ ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ୟୁଜିସ ସୁରକ୍ଷା ନିର୍ଦ୍ଦେଶାବଳୀ ଉପରେ ନିଷ୍ପତ୍ତି ନେଉଥିବାବେଳେ, ଏନସିଇଆରଟି ବିଦ୍ୟାଳୟଗୁଡ଼ିକ ପାଇଁ ସମାନ କାର୍ୟ୍ୟ କରୁଛି ବୋଲି ମନ୍ତ୍ରୀ ରକେଶ ପୋଖରିୟାଲ କହିଛନ୍ତି । ତେବେ ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୂଆ ଗାଇଡ ଲାଇନ ଜାରି କରାଯାଇଛି । ଯେଉଁ ଥିରେ କୁହାଯାଇଛି ଯେ, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା କରାଯାଇ କରୋନାର ସ୍ଥିତି ପରକ୍ଷି ସ୍କୁଲ ଓ ଶିକ୍ଷାନୁଷ୍ଠାନ ଖୋଲା ଯିବା ପାଇଁ ନିଷ୍ପତି ନିଆଯିବ ।