ବାଲେଶ୍ୱର(ଏଟିଆର ବ୍ୟୁରୋ): ଅଗ୍ନି-୩ କ୍ଷେପଣାସ୍ତ୍ରର ପ୍ରଥମ ଥର ପାଇଁ ରାତ୍ରି କାଳୀନ ପରୀକ୍ଷଣ କରାଯାଇଛି । ଗତକାଲି ସଂନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ସ୍ଥିତ ଅବଦୁଲ କଲାମ ଦ୍ୱୀପର ସମ୍ବନିତ ପରୀକ୍ଷଣ ଘାଟିରୁ ଅଗ୍ନି-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ବିକଶିତ ସଂଗଠନ ସହଯୋଗରେ ଏହି ପରିକ୍ଷଣ କରାଯାଇଛି । ଭାରତୀୟ ସେନାର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ ଏହି ପରୀକ୍ଷା କରିଥିବା ବେଳେ ଏହା ସଫଳ ହୋଇଥିବା ସୂଚନା ଦିଆଯାଇଛି।
୨୦ ମିଟର ଦୀର୍ଘ ୨ଥାକିଆ ଏହି କ୍ଷପଣାସ୍ତ୍ରର ଲକ୍ଷଭେଦ କ୍ଷମତା ପ୍ର୍ରାୟ ଦୁଇ ହଜାର କି.ମିରୁ ଅଧିକ ବୋଲି କୁହାଯାଉଛି । ଅଗି୍ନ-୩ର ଓଜନ ୧୭ ଟନ ହୋଇଥିବା ବେଳେ ଏହା ୧୦୦୦ କେଜି ଓଜନର ଭାର ବହନ କରିପାରିବ । ଏଥିରେ ଦ୍ୱିସ୍ତରୀୟ ଇଞ୍ଜିନ ବ୍ୟବସ୍ଥା କରାଯାଇଛି । ୨୦୧୧ ମସିହାରେ ଏହାକୁ ପ୍ରଥମ ଥର ପାଇଁ ସେନାରେ ସାମିଲ କରାଯାଇଥିଲା । ଏହାକୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷପ କରାଯିବା ସହ ନୌସେନା ଜାହାଜରୁ ମଧ୍ୟ ନିକ୍ଷେପ କରାଯାଇପାରିବ । ସୂଚନା ଯୋଗ୍ୟ ଥାଉକି କିଛି ଦିନ ପୂର୍ବରୁ ଅଗ୍ନି-୨ ଅବଦୁଲ କଲାମ ଦ୍ୱିପରୁ ଦୁଇ ଦୁଇ ଥର ସଫଳ ପରୀକ୍ଷଣ କରାଯାଇଥିଲା । ଏହି ପରୀକ୍ଷଣ ମଧ୍ୟ ରାତିରେ କରାଯାଇଥିଲା ।