ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହିଳାମାନଙ୍କ ପାଇଁ ଆଶ୍ୱସ୍ତିକର ଖବର । ଏଣିକି ମହିଳା ମାନେ ଦେଇପାରିବେ ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ପରୀକ୍ଷା । ଏନେଇ ସୁପ୍ରମକୋର୍ଟ ଏହି ବଡ ନିଷ୍ପତିର ଶୁଣାଣି କରିଛନ୍ତି । ଏହାପୂର୍ବରୁ ଏହି ପରୀକ୍ଷା କେବଳ ପୁରୁଷମାନେ ହିଁ ଦେଇ ଆସୁଥିଲେ କିନ୍ତୁ ଏଥିରେ ମହିଳାମାନେ ସାମିଲ ହେବା ପାଇଁ ଦୀର୍ଘ ଦିନ ହେବ ଦାବି ହୋଇ ଆସୁଥିଲା ।
ସେପ୍ଟମ୍ବର ୫ରେ ଏନଡିଏ ପରିକ୍ଷା ରହିଥିବା ବେଳେ ଆଗକୁ ମହିଳାମାନେ ଏହି ପରୀକ୍ଷା ଦେଇ ପାରିବେ । କିନ୍ତୁ ଚୁଡାନ୍ତ ରାୟ ପରେ ଆଡମିସନ୍ ହେବ ବୋଲି ସୁପ୍ରିମକୋର୍ଟ ପକ୍ଷରୁ କୁହଯାଇଛି । ସେହିପରି ଶୁଣାଣି ବେଳେ ମହିଳାଙ୍କୁ ଏହି ପରୀକ୍ଷାରେ ସାମିଲ ନକରିବା ନେଇ ସେନାକୁ କଡା ଭର୍ସନା କରିଛନ୍ତି କୋର୍ଟ ।