ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସଂଶୋଧନ ଆଇନକୁ ବିରୋଧ ହୋଇ ୨୦୧୮ ରେ ହୋଇଥିବା ଚ୍ୟାଲେଞ୍ଜ କରି ହୋଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଯାହାଫଳରେ କେନ୍ଦ୍ର ସରକାର ଆଣିଥିବା ସଂଶୋଧନ ଆଇନ କାଏମ ରହିଛି । ସୁପ୍ରିମକୋର୍ଟ କହିଛନ୍ତି ଏହି ଆକ୍ଟରେ ତୁରନ୍ତ ଗିରଫଦାରୀ ପ୍ରକ୍ରିୟା ଜାରି ରହିବ । ସେହିଭଳି ପୂର୍ବଭଳି ଏହି ଆଇନ ଦ୍ୱାରା ଗିରଫଦାରୀ ଜାରି ଏବଂ ଆଡଭାନ୍ସ ବେଲ ମିଳିବ ନାହିଁ ।
ଆଜି ଜଷ୍ଟିସ୍ ଅରୁଣ ମିଶ୍ରା, ଜଷ୍ଟିସ୍ ବିନୀତ ଶରଣ ଏବଂ ଜଷ୍ଟିସ୍ ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ । ସୂଚନାଯୋଗ୍ୟ ଏହି ଆଇନ ଆଧାରରେ ଏବେ ଯାହା ନାମରେ ଅଭିଯୋଗ ଆସିବ ତାଙ୍କୁ ତୁରନ୍ତ ଗିରଫ କରାଯିବ । ୨୦୧୮ ମସିହାରେ ଏହି ଆଇନ ସଂଶୋଧନ କରି କେନ୍ଦ୍ର ସରକାର ଆଣିଥିଲେ । ମାତ୍ର ଏଥିରେ କୋହଳ କରିବା ପାଇଁ ଆବେଦନ ହୋଇଥିଲା ।