ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଲୱାମା ଆତଙ୍କବାଦୀ ହମଲା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ପ୍ରକାର ଝଡ ସୃଷ୍ଟି ହୋଇଥିଲା । ଲାଗତର ଭାବେ ଭାରତରେ ଏହି ମାମଲାକୁ ନେଇ କଡା ଜବାବ ଦେବାକୁ ଦାବି ହେଉଥିଲା । ଇତି ମଧ୍ୟରେ ମଙ୍ଗଳବାର ମାନେ ଆଜି ସକାଳୁ ଭାରତୀୟ ବାୟୁସେନା ନିୟନ୍ତ୍ରଣ ରେଖା ପାର୍ ହୋଇ ଆତଙ୍କବାଦୀ କ୍ୟାମ୍ପକୁ ଉଡାଇ ଦେଇଛନ୍ତି । ରିପୋର୍ଟ ମୁତାବକ ବାୟୁସେନାର ବିମାନଟି ଆତଙ୍କବାଦୀ କ୍ୟାମ୍ପ ଉପରେ ଏକ ହଜାର କିଲୋଗ୍ରାମ ବୋମା ପକାଇଥିଲେ । ଯାହାଦ୍ୱାରା ଆତଙ୍କବାଦୀ କ୍ୟାମ୍ପ ସମ୍ପୂର୍ଣ୍ଣ ଭାବେ ଧୂଂସ ହୋଇ ଯାଇଛି ।
ଏହି ହମଲାକୂ ନେଇ ଏଏଆଇ କହିଛି କି, ଭାରତୟ ଯୁଦ୍ଧ ବିମାନ ମିରାଜ ୨୦୦୦ ର ଏକ ସମୂହ ଏଲଓସି ପାର୍ କରି ପାକିସ୍ତାନ ଅଧିକୃତ କଶ୍ମୀରରେ ଆତଙ୍କୀ କ୍ୟାମ୍ପ ଉପରେ ବୋମା ବର୍ଷା କରିଛନ୍ତି ଏବଂ ତାହାକୁ ସମ୍ପୂର୍ଣ୍ଣ ଉଡାଇ ଦେଇଛନ୍ତି । ଏହି କ୍ୟାମ୍ପ ଉପରେ ହଜାର କିଲୋଗ୍ରାମର ବୋମା ପକା ଯାଇଥିଲା । ଏହି ଅଭିଯାନରେ ୧୨ ଟି ମିରାଜ ବିମାନ ସାମିଲ ଥିଲେ । ବାଲାକୋଟ, ଚକୋଠି ଏବଂ ମୁଜଫରାବାଦ ଏଲଓସି ସ୍ଥିତ ଆତଙ୍କୀ କ୍ୟାମ୍ପ ସମ୍ପୂର୍ଣ୍ଣ ନଷ୍ଟ କରି ଦିଆଯାଇଛି ।
ରିପୋର୍ଟ ମୁତାବକ, ପାକିସ୍ତାନର ଏଫ୍ ୧୬ ବିମାନ ଟି ଭାରତୀୟ ବାୟୁସେନାର ମିରାଜ ୨୦୦୦ କୁ ଜବାବ ଦେବା ପାଇଁ ଚେଷ୍ଟା କରୁଥିଲା କିନ୍ତୁ ଏଭଳି କିଛି କରି ପାରିନଥିଲା । ଏହି ଅଭିଯାନକୁ ବେଷ୍ଟର୍ନ ଏୟାର କମାଣ୍ଡ ହିଁ ସଫଳ କରାଇଛନ୍ତି । ବାୟୁସେନାର ମିରାଜ ଯେଉଁ ଲକ୍ଷକୁ ନଷ୍ଟ କରିଛି ସେଥିରୁ ଗୋଟେ ପାକିସ୍ତାନର ଖୈବର ପଖତୁନଖୱା କ୍ଷେତ୍ରରେ ବି ସାମିଲ ଅଛି ।
ଏହି ଅଭିଯାନ ପାଇଁ ଭାରତୀୟ ବାୟୁସେନା ଲେଜର ଗାଇଡେଡ ବୋମା ବ୍ୟବହାର କରିଛନ୍ତି । ସୀମା ପାର୍ ହମଲାକୁ ଦୃଷ୍ଟିରେ ରଖି ବାୟୁସେନା ପକ୍ଷରୁ ସମସ୍ତ ଅନ୍ତରାଷ୍ଟ୍ରୀୟ ସୀମା ଏବଂ ନିୟନ୍ତ୍ରଣ ରେଖା ଉପରେ ଥିବା ଏୟାର ଡିଫେନ୍ସ ସିଷ୍ଟମକୁ ହାଇ ଅଲର୍ଟ ଜାରି କରରାଯାଇଛି । ପୁନର୍ବାର ପାକିସ୍ତାନ ତାର ଜଘନ୍ୟ ରୂପ ଦେଖା ଇ ପାରେ ବୋଲି ଭାରତୀୟ ସେନା ପକ୍ଷରୁ ଏଭଳି କରାଯାଇଛି ।
ଭାରତୀୟ ବାୟୁସେନାର ବିମାନ ଏଲଓସି ପାର କରି ପାକିସ୍ତାନ ଅଧିକୃତ କଶ୍ମରୀକୁ ଧସେଇ ପସିଛି ବୋଲି ପୂର୍ବରୁ ପାକିସ୍ତାନ ସେନାର ଡିଜି ଆଇଏସପିଆର ଆସିଫ ଗଫୁର ଆଭିଯୋଗ ଲଗାଇଥିଲେ ।