ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆସନ୍ତା ଜୁନ ୩୦ ପର୍ଯ୍ୟନ୍ତ ଲକ ଡାଉନ ବୃଦ୍ଧି କରିଛି ତାମିଲନାଡୁ । ଗତକାଲି କେନ୍ଦ୍ର ସରକାର ଲକଡାଉନକୁ ନେଇ ଘୋଷଣା କରିଥିଲେ । କେନ୍ଦ୍ର ସରକାର ଗାଇଡ ଲାଇନରେ ଘୋଷଣା କରିଥିଲେ କି କେବଳ କଣ୍ଟେଣ୍ଟମେଟ ଜୋନରେ ଆସନ୍ତା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଲକ ଡାଉନ କଟକଣା ବଲବତ୍ତର ରହିବା ସହ ଅନ୍ୟ ଅଞ୍ଚଳ ମାନଙ୍କରେ ଧୀରେ ଧୀରେ କଟକଣା କହୋଳ କରାହିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡ ଲାଇନରେ କୁହାଯାଇଛି । ଏହାର କିଛି ସମୟ ପରେ ତମିଲନାଡୁ ସରକାର ରାଜ୍ୟରେ ଲକ୍ ଡାଉନ୍ ଅବଧିକୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ଘୋଷଣା କରିଛନ୍ତି ।
ଏନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କରୋନା ଭାଇରସ ବିସ୍ତାର ରୋକିବାକୁ ରାଜ୍ୟ ବିପର୍ୟ୍ୟୟ ପରିଚାଳନା ଆଇନ୍ ଓ କେନ୍ଦ୍ର ଗୃହ ମନ୍ତ୍ରାଳୟ ବିଜ୍ଞପ୍ତି ଅନୁସାରେ ଜୁନ୍ ୩୦ ତାରିଖ ପର୍ୟ୍ୟନ୍ତ କର୍ଫ୍ୟୁ ବୃଦ୍ଧି କରାଗଲା। ଏହା ସହ ସାଧାରଣ ପରିବହନ ପାଇଁ ମାତ୍ରା ୫୦ ପ୍ରତିଶତ ଯାନବାହନକୁ ଅନୁମତି ଦିଆଯାଇଛି । ମାତ୍ର ଯାନବାହନରେ ୬୦ ପ୍ରତିଶତ ଯାତ୍ରୀ ଯାତ୍ରା କରିପାରିବେ । ସେହିପରି ରାଜ୍ୟର ସର୍ବାଧିକ କରୋନାଭାଇରସ୍ ସଂକ୍ରମଣ ଥିବା ଜିଲ୍ଲା ଚେନ୍ନାଇ, କାଞ୍ଚିପୁରମ୍, ତିରୁବଲ୍ଲୁର ଏବଂ ଚେଙ୍ଗାଲପଟ୍ଟୁ ରେ ସାଧାରଣ ପରିବହନ ପାଇଁ ଅନୁମତି ଦିଆଯାଇ ନାହିଁ।
ସେହିଭଲି ଜୁନ୍ ୮ ପରେ କେବଳ ୫୦% କର୍ମଚାରୀଙ୍କୁ ନେଇ ମଲ୍ ବ୍ୟତୀତ ସବୁ ସପିଙ୍ଗ୍ ସେଣ୍ଟର୍, କମ୍ପ୍ଲେକ୍ସ ଖୋଲି ପାରିବ । ତେବେ ଥରକେ ମାତ୍ର ୫ ଜଣ ଗ୍ରାହକଙ୍କୁ ସପିଙ୍ଗ୍ ସେଣ୍ଟର୍, କମ୍ପ୍ଲେକ୍ସ ମଧ୍ୟରେ ପ୍ରବେଶ ପାଇଁ ଅନୁମତି ମିଳିବ। ସେହିପରି ଧାର୍ମିକ ସ୍ଥଳ, ଅନ୍ତଃରାଜ୍ୟ ବସ୍ ପରିବହନ, ମେଟ୍ରୋ ଏବଂ ସବ୍ଅର୍ବାନ୍ ରେଳ ଚଳାଚଳ ଆଦି ଉପରେ ପୂର୍ବ ଭଲି କଟକଣା ରହିବ ।