ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ସୁଧୁରିବେନି ଆତଙ୍କବାଦୀ । ବାରମ୍ବାର ସୀମାରେ ଅନୁପ୍ରବେଶ କରି ଭାରତୀୟ ସେନାକୁ ଉସୁକାଉଛି ଆତଙ୍କବାଦୀ ସଂଗଠନ । ଗତ ବୁଧବାର ଦିନ ୭ ଜଣ ଆତଙ୍କବାଦୀଙ୍କୁ ଭାରତୀୟ ସେନା ନିପାତ କରିବା ପରେ ବି ଆତଙ୍କବାଦୀ ନିଜ ଅଭ୍ୟାସରେ ପରିବର୍ତ୍ତନ ଆଣୁନାହାନ୍ତି । ନିଜ ସାଥୀର ମୃତ୍ୟୁପାଇଁ ଆତଙ୍କବାଦୀମାନେ ପ୍ରତିଶୋଧ ପରାୟଣ ହୋଇ ବାରମ୍ବାର ସୀମାରେ ଭାରତୀୟ ଯବାନଙ୍କ ଉପରକୁ ଗୁଳିମାଡ କରୁଛନ୍ତି ।
ଗତକାଲି ଭାରତୀୟ ସେନା ଉପରକୁ ଗ୍ରେନେଡ ମାଡ କରିଛନ୍ତି ଅତଙ୍କାବାଦୀ ସଂଗଠନ ସଦସ୍ୟ । ଜାମ୍ମୁ କାଶ୍ମୀରର ନୌଗାମ ସେକ୍ଟରରେ ଗତକାଲି ମଧ୍ୟରାତ୍ରୀରେ ସିଆଇଏସଏଫ ଯବାନଙ୍କ ଉପରକୁ ଅଚାନକ ଅତଙ୍କବାଦୀମାନେ ଗ୍ରେନେଡ ମାଡ କରିଥିଲେ । ତେବେ ଏହି ଆକ୍ରମଣରେ ସିଆଇଏସଏଫର ଜଣେ ଏଏସଆଇ ଯବାନ ସହୀଦ ହୋଇଛନ୍ତି । ଯବାନ ଜଣଙ୍କ ନାମ ରାଜେଶ କୁମାର । ସ୍ଥନୀୟ ନୌଗାମର ୱାଗୁରାରେ ପାୱାର ଗ୍ରୀଡ୍କୁ ସୁରକ୍ଷା ଦେଉଥିବା ସିଆଇଏସଏଫ ଯବାନଙ୍କମଧ୍ୟରେ ରାଜେଶ କୁମାର ଜଣେ ବୋଲି ସୂଚନା ମିଳିଛି ।
ଅନ୍ୟପଟେ ଏହି ଆକ୍ରମଣ ଓ ଯବାନଙ୍କ ଜଳାଞ୍ଜଳି ବ୍ୟର୍ଥ ଯିବନି ବୋଲି ଭାରତୀୟ ସେନାମୁଖ୍ୟ କହିଛନ୍ତି । ଏଭଳି ଆକ୍ରମଣ ପାଇଁ ସେନାମୁଖ୍ୟ ବିପିନ ରାୱତ୍ ପାକିସ୍ତାନକୁ କଡା ଚେତାବନୀ ଦେଇଛନ୍ତି । ଯଦି ପାକିସ୍ତାନ ଭାରତୀୟ ସୀମାରେ ଅନୁପ୍ରବେଶକୁ ବନ୍ଦ ନ କରେ ତେବେ ଏହାର ପରିଣାମ ଅତି ଭୟଙ୍କର ହେବ ସେନାମୁଖ୍ୟ କଡା ଭାଷାରେ କହିଛନ୍ତି । ଗତ ୫ ଦିନ ହେବ ଭାରତୀୟ ସୀମାରେ ହୋଇଥିବା ଅନୁପ୍ରବେଶରେ ପାକିସ୍ତାନର ଆତଙ୍କବାଦୀ ସଂଗଠନର ହାତ ଥିବା ଜଣାପଡିଛି । ଏପରିକି ଆତଙ୍କୀ ସଂଗଠନ ଜୈସ-ଏ- ମହମ୍ମଦ ନିଜକୁ ଦାୟୀ କରିଥିଲା । ତେବେ ଏପରି ନୀତିକୁ ଅତିଶିଘ୍ର ବନ୍ଦ କରିବାକୁ ସେନାମୁଖ୍ୟ ବିପିନ ରାୱତ୍ ଚେତାବନୀ ଦେଇଛନ୍ତି ।