ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଥରକ ଆତଙ୍କବାଦୀଙ୍କ ଟାର୍ଗେଟରେ ଅମରନାଥ ଯାତ୍ରା । ଚାଲିଛି ଆତଙ୍କି ଷଡଯନ୍ତ୍ର । ଏନେଇ ଗୁଇନ୍ଦ ସୂତ୍ରରୁ ସୁରକ୍ଷାବହିନୀଙ୍କୁ ସୂଚନା ମିଳିଛି । ମାତ୍ରା ଯାତ୍ରାର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପୁରା ବ୍ୟବସ୍ଥା କରାଯାଇଛି ବୋଲି ଜଣାପଡିଛି ।
ସ୍ଥଳସେନାର ଜଣେ ଅଧିକାରୀ କହିଛନ୍ତି କି, ଶୁକ୍ରବାରର ଏନକାଉଣ୍ଟରରେ ଜୈଶ ଏ ମୋହମ୍ମଦର ଜଣେ କମାଣ୍ଡର ସହିତ ତିନି ଆତଙ୍କବାଦୀ ନିହତ ଏହା ସେମାନଙ୍କ ପାଇଁ ଏକ ପ୍ରକାରର କଡା ଜବାବ ।
ଟୁ ସେକ୍ଟରର କମାଣ୍ଡର, ବ୍ରିଗେଡିୟର ବିବେକ ସିଂହ ଠାକୁର ଦକ୍ଷୀଣ କାଶ୍ମୀରରେ କହିଛନ୍ତି କି, ଏଥରକ ଗୁଇନ୍ଦା ସୂତ୍ରରୁ ଜାଣିବାକୁ ମିଳିଛି କି ଅମରନାଥ ଯାତ୍ରାଙ୍କୁ ଟାର୍ଗେଟ କରିବା ପାଇଁ ଆତଙ୍କବାଦୀମାନେ ପୁରା ଚେଷ୍ଟା କରିବେ । କିନ୍ତୁ ଯାତ୍ରାକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।
ଚଳିତବର୍ଷ ଅମରନାଥ ଯାତ୍ରା ଜୁଲାଇ ୨୧ ରୁ ଆରମ୍ଭ ହୋଇ ଅଗଷ୍ଟ ୩ ପର୍ଯ୍ୟନ୍ତ ଚାଲିବ । ମିଳିଥିବା ସୂଚନା ମୁତାବକ ୫୫ ବର୍ଷରୁ କମ ବୟସର ଭକ୍ତଙ୍କୁ ହିଁ ଏହି ଯାତ୍ରାରେ ସାମିଲ ହେବାର ଅନୁମତି ମିଳିବ । ଏଥରକ ଛୋଟ ଛୁଆ ଏବଂ ବୟସ୍କ ଲୋକଙ୍କୁ ଏହି ପବିତ୍ର ଯାତ୍ରାରେ ସାମିଲ ହେବା ପାଇଁ ଅନୁମତି ନାହିଁ ।
ଅମରନାଥ ପୁଣ୍ୟପୀଠ ବୋର୍ଡ ମୁତାବକ, ଅମରନାଥ ଯାତ୍ରାରେ ସାମିଲ ହେବାକୁ ଥିବା ଶ୍ରଦ୍ଧାଳୁଙ୍କୁ ସେମାନଙ୍କର କରୋନା ନେଗେଟିଭ ପ୍ରମାଣ ପତ୍ର ସାଥିରେ ରଖିବାକୁ ପଡିବ । ସେହିପରି ଜମ୍ମୁ ବେସ କ୍ୟାମ୍ପରେ ଶ୍ରଦ୍ଧାଳୁଙ୍କର ସ୍କ୍ରିନିଂ କରାଯିବ । ଏହାସହିତ ସାଧୁ ମାନଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତଙ୍କର ରେଜିଷ୍ଟ୍ରେସନ କରାଯିବ ।