ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏଥର ବିଳମ୍ବରେ ବାହାରିବ ଯୁକ୍ତ ୨ ପରୀକ୍ଷା ଫଳ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ । ରାଜ୍ୟରେ ଏବେ ମଧ୍ୟ ବଭିନ୍ନ ଜିଲ୍ଲାରେ ଲକ ଡାଉନ ଓ ସଟଡାଉନ ଜାରି ରହିଥିବାରୁ ଯୁକ୍ତ ୨ ପରୀକ୍ଷା ଖାତା ଦେଖା ବିଳମ୍ବିତ ହେଉଛି । ଗତକାଲି ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ସମସ୍ତ ଜିଲ୍ଲାପାଳ, ଏସପି ଓ କଟକ ଭୁବନେଶ୍ୱର ଡିସିପିକୁ ସଟ ଡାଉନ ସମୟରେ ଖାତା ଦେଖିବାକୁ ଚିଠି ଲେଖିଥିଲେ ।
ଏବେ ୪ ଟି ଜିଲ୍ଲା ଲକ ଡାଉନ ରହିଛି । ସେ ଲକ ଡାଉନ ହୋଇଥିବା ୪ ଟି ଜିଲ୍ଲାରେ ୩୫ ଟି ମୂଲ୍ୟାଙ୍କନ କେନ୍ଦ୍ର ରହିଛି । ଏହି ସବୁ ଜିଲ୍ଲାପାଳ ଗୁଡିକର ଜିଲ୍ଲାପାଳ ମାନେ ସ୍ଥିତି ଦେଖି ବିଚାରକୁ ନେବେ । ତେଣୁ ଯୁକ୍ତ ୨ ଫଳାଫଳ କେବେ ବାହାରିବ ତାକୁ ନେଇ ନିର୍ଦ୍ଧିଷ୍ଟ ତାରିଖ ବାହାରି ପାରୁନି । ଯାହା ଅନୁମାନ କରାଯାଉଛି ଚଳିତ ବର୍ଷ ଯୁକ୍ତ ୨ ଫଳାଫଳ ବିଳମ୍ବ ହୋଇପାରେ ।