ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମାରାତ୍ମକ ଭାଇରସ କରୋନା ବିଶ୍ୱବ୍ୟାପୀ କାୟା ବିସ୍ତାର କରିଛି । ଏହି ଭାଇରସ ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ପାରି ନାହିଁ । ହୁ ହୁ ହୋଇ ବଢୁଥିବା ଏହି ଭାଇରସରୁ ରକ୍ଷା ପାଇଁ ଦେଶବ୍ୟାପୀ ୨୧ ଦିନିଆ ଲକ୍ ଡାଉନ୍ କରାଯାଇଛି । ମାତ୍ର ଏହି ୨୧ ଦିନିଆ ଲକ୍ ଡାଉନ୍ ଅବଧିକୁ ସରକାର ବୃଦ୍ଧି କରିବେ ବୋଲି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି । କିନ୍ତୁ ଲୋକଙ୍କ ଦ୍ୱାରା ପ୍ରସ।।ରି ହେଉଥିବା ଅନେକ ଗୁଜବ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଅମୂଳକ ବୋଲି କ୍ୟାବିନେଟ୍ ସଚିବ କହିଛନ୍ତି ।
21 ଦିନର ଲକଡାଉନ ସରିବା ପରେ ସରକାର ଏହାର ଅବଧିକୁ ବୃଦ୍ଧି କରିବେ ବୋଲି ଅନେକ ଗୁଜବ ଓ ମିଡିଆ ରିପୋର୍ଟ ପ୍ରସାରିତ ହେଉଛି । ଏହା ସମ୍ପୂର୍ଣ୍ଣ ମିଥ୍ୟା ଓ ଅମୂଳକ ବୋଲି କ୍ୟାବିନେଟ ସଚିବ କହିଛନ୍ତି ।@PIB_India @MIB_India @PMOIndia@CMO_Odisha @MoHFW_INDIA @PIBHomeAffairs @HFWOdisha @HMOIndia https://t.co/qki8i1OoRL
— PIB in Odisha (@PIBBhubaneswar) March 30, 2020
ସୂଚନାଯୋଗ୍ୟ, ଚୀନର ଉହାନ ସହରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ପୁରା ବିଶ୍ୱରେ ବ୍ୟାପି ଯାଇଛି । ଏଥିରେ ଅନେକ ଲୋକ ଆକ୍ରାନ୍ତ ହେବା ସହ ଅନେକଙ୍କ ଜୀବନ ମଧ୍ୟ ଚାଲିଗଲାଣି । ଏହି ଭାଇରସରୁ ରକ୍ଷା ପାଇବା ପାଇଁ ଏକ ସାମାଜିକ ଦୂରତା ବଜାୟ ରଖିବା । ସେଥିପାଇଁ ଦେଶବ୍ୟାପି ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଛି ।