ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅନିର୍ଦ୍ଧିଷ୍ଟକାଳ ପାଇଁ ସ୍ଥଗିତ ହେଲା ରାଜ୍ୟସଭାର ମୌସୁମୀ ଅଧିବେଶନ । ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଅକ୍ଟୋବର ୧ ପର୍ଯ୍ୟନ୍ତ ହୋଇଥାଆନ୍ତା । ହେଲେ ମହାମାରୀ କରୋନାରେ ଅନେକ ସାଂସଦ ସଂକ୍ରମିତ ହେଉଥିବା ଦେଖି ରାଜ୍ୟସଭାକୁ ସ୍ଥଗିତ ରଖିଛନ୍ତି ଗୃଡ ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ସେଥିପାଇଁ ଆଜି ଠାରୁ ଅନିଦ୍ଧିଷ୍ଟକାଳ ପାଇଁ ଗୃହକୁ ମୁଲତବି ବା ସ୍ଥଗିତ କରାଯାଇଛି ।
ଚଳିତ ଥର ଅଧିବେଶନରେ ରାଜ୍ୟସଭାରେ ଅନେକ ବିଲ ପାରିତ ହୋଇଛି । ଯେଉଁଥିରେ କିଛି ଅଧିନିୟକରର ସିଂଶୋଧନ ମଧ୍ୟ ହୋଇଛି । ତେବେ ଅନ୍ତିମ ଦିବସରେ ଶିଳ୍ପ ସମ୍ପର୍କ, ସାମାଜିକ ନିରାପତ୍ତା, ଏବଂ ବୃତ୍ତିଗତ ନିରାପତ୍ତା ଉପରେ ଅବଶିଷ୍ଟ ତିନୋଟି ଶ୍ରମ ସଂକେତକୁ ବାଚନିକ ଭୋଟ ଦେଇ ପାରିତ କରାଯାଇଛି ।
ରାଜ୍ୟସଭା ସ୍ଥଗିତ ହେବା ପୂର୍ବରୁ ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ କହିଥିଲେ ଯେ ଏହି ଅଧିବେଶନର ସଫଳତା ଐତିହାସିକ ରହିଛି । ଚଳିତଥର ୯୬ ପ୍ରତିଶତ କାର୍ଯ୍ୟ ହୋଇଛି । ରାଜ୍ୟସଭା କ୍ରମାଗତ ଦଶଦିନ ପାଇଁ କାମ କରିଛି । ତେବେ ଏଥର କେନ୍ଦ୍ର ସରକାର ଆଣିଥବା କୃଷି ବିଲକୁ ନେଇ ବିରୋଧ ଅସନ୍ତୋଷ ହେବା ସହ ଆଜି ରାଜ୍ୟସଭାର ସଭାଗୃହକୁ ତ୍ୟାଗ କରି ପ୍ରତିବାଦ କରିଥିଲେ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024