ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏପ୍ରିଲ ମାସ ଶେଷ ହେବା ପାଇଁ ଆଉ ମାତ୍ର ଗୋଟେ ଦିନ ବାକି ଅଛି । ମେ ମାସ ଆରମ୍ଭର ସାଧାରଣ ଜନତାଙ୍କ ପାଇଁ ଲାଗୁ ହୋଇଯିବ କିଛି ନୂତନ ନିୟମ । ସେଥିରେ ଟୀକାକରଣଠୁ ନେଇ ବ୍ୟାଙ୍କିଙ୍ଗ ଆଦି ସାମିଲ ଅଛି । ଯାହାର ସିଧା ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିବ । ତେବେ ଆସନ୍ତୁ ଜାଣିବା କେଉଁ ନିୟମରେ ପରିର୍ତ୍ତନ ହେବାକୁ ଯାଉଛି ।
ଆକ୍ସିସ ବ୍ୟାଙ୍କ:-ମେ ୧ ରୁ ଆକ୍ସିସ ବ୍ୟାଙ୍କ ସେଭିଙ୍ଗ ଆକାଉଣ୍ଟରେ ନ୍ୟୁନତମ ରାଶି ରଖିବା ନିୟମରେ ପରିବର୍ତ୍ତନ ହୋଇଯିବ । ମେ ୧ ରୁ ଫ୍ରି ଲିମିଟ ପରେ ଏଟିଏମରୁ ଟଙ୍କା ଉଠାଇବାର ବର୍ତ୍ତମାନ ତୁଳନାରେ ଡବଲ ହୋଇଯିବ । ଏହାବ୍ୟତିତ ବ୍ୟାଙ୍କ ଅନ୍ୟ ସେବା ପାଇଁ ଚାର୍ଜ ବଢାଇ ଦେଇଛି । ରିପୋର୍ଟ ମୁତାବକ, ଆକ୍ସିସ ବ୍ୟାଙ୍କର ଇଜି ସେଭିଙ୍ଗସ ବ୍ୟାଙ୍କ ଆକାଉଣ୍ଟ ପାଇଁ ନ୍ୟୁନତମ ବାଲାନ୍ସ ୧୦ ହଜାର ୧୫ ହଜାର କରାଯିବ ।
କରୋନା ମାହାମାୀ ମାମଲା ବୃଦ୍ଧି ମଧ୍ୟରେ ମେ ୧ ରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଟୀକାକରଣ । ଏହି ପର୍ଯ୍ୟାୟରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟୀକା ଦିଆଯିବ । ତୃତୟ ପର୍ଯ୍ୟାୟରେ ସରକାର ଅନେକ ନିୟମ ପରିବର୍ତ୍ତନ କରିଛନ୍ତି ଏବଂ ଅନେକ ନୂତନ ନିୟମ ମଧ୍ୟ ଆଣିଛନ୍ତି । ଏହାସହିତ ଅନଲାଇନ ପଞ୍ଜିକୃତ ପ୍ରକ୍ରିୟା ଲାଗୁ କରିଛନ୍ତି ।
ସରକାରୀ ତୈଳ କମ୍ପାନୀ ପକ୍ଷରୁ ପ୍ରତ୍ୟେକ ମାସରେ ଗ୍ୟାସ ସିଲିଣ୍ଡର ଦାମ୍ ରେ ପରିବର୍ତ୍ତନ କରାଯାଇଥାଏ । ସେହିପରି ମେ ୧ ରେ ମଧ୍ୟ ଗ୍ୟାସ ସିଲିଣ୍ଡରର ଦର ଜାରି କରାଯିବ । ହୁଏତ ଦରରେ ହ୍ରାସ ଘଟିପାରେ ନଚେନ ବୃଦ୍ଧି ।
ମେ ମାସରେ ମୋଟ ୧୨ ଟି ବ୍ୟାଙ୍କ ବନ୍ଦ ହେବାକୁ ଯାଉଛି । ଅବଶ୍ୟ ଏଥିରୁ କିଛି ଦିନ ଏଭଳି ରହିଛି ଯେଉଁଥିରେ ସାରା ଦେଶର ବ୍ୟାଙ୍କ ବନ୍ଦ ରହିବନି । ବରଂ କିଛି ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ଆରବିଆଇ ୱେବସାଇଟରେ ଦିଆଯାଇଥିବା ଛୁଟି ତାଲିକାରେ କିଛି ଛୁଟି ଅଛି, ଯାହା କେବଳ ସ୍ଥାନୀୟ ରାଜ୍ୟ ସ୍ତରରେ ପ୍ରଭାବଶାଳୀ ।