ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହାମାରୀ କରୋନା କାୟା ମେଲାଉଥିବା ବେଳେ ଏବେ ଓଡିଶାରେ ସଂକ୍ରମଣର ସ୍ଥିତି ଫ୍ଲାଟେନିଙ୍ଗ କର୍ଭରେ ରହିଛି । ଫ୍ଲାଟେନିଙ୍ଗ କର୍ଭ ଅର୍ଥାତ ସମାନ୍ତରାଳ ସ୍ଥିତି । ଏନେଇ ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।
ସ୍ଥିତି ଢେଉ ଭଳି ରହୁଛି କେତେବେଳ ଉପରକୁ ଉଠୁଛି ତ ପୁଣି କତେବେଳେ ତଳକୁ । ସେଥିପାଇଁ ଭୟବିତ ହେବାର ଆବଶ୍ୟକତା ନାହିଁ । ସ୍ଥିତିର ମୁକାପିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଅନ୍ୟପଟେ ଅନ୍ୟ ରାଜ୍ୟ ଗୁଡିକ ତୁଳନାରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ କମ ରହିଛି । କରୋନାରେ ଆକ୍ରାନ୍ତ ହେବା ପରେ ଅନ୍ୟ ରୋଗରେ ଲୋକଙ୍କର ମୃତ୍ୟୁ ହେଉଛି ।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ମିଟର ଅପ୍ ଆଣ୍ଡ ଡାଉନ ହେଉଛି । ଗତକାଲି ଆଠ ହଜାର ଉପରେ ମାମଲା ଚିହ୍ନଟ ହୋଇଥିଲେ କିନ୍ତୁ ଆଜି ସାତ ହଜାର ତଳେ ମାମଲା ଚିହ୍ନଟ ହୋଇଛି ।