ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଜି ଲାଗୁଛି ୨୦୧୯ ମସିହାର ଆଉ ଏକ ସୂର୍ଯ୍ୟ ପରାଗ । ଭାରତୀୟ ସମୟ ଅନୁସାରେ ଆଜି ରାତି ୧୧. ୩୦ ରେ ଏହି ପରାଗ ଲାଗିବ । ଏହି ପରାଗ ରାତି ସାଢେ ଏଗାରଟାରୁ ଆରମ୍ଭ ହୋଇ ୨ ଟା ବାଜି ୧୫ ମିଟିଟ ପର୍ଯ୍ୟନ୍ତ ଏହା ରହିବ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଜିର ଏହି ସୂର୍ଯ୍ୟ ପରାଗକୁ ଭାରତରେ ଦେଖିହେବ ନାହିଁ । ବୈଜ୍ଞାନିକ ମାନେ ଯାହା ଅନୁମାନ କରିଛନ୍ତି ।
ଏହି ସୂର୍ଯ୍ୟ ପରାଗ ଦକ୍ଷୀଣ ଆମେରିକାରେ ଦେଖାଯିବ । ତେବେ ଏହି ସୂର୍ଯ୍ୟ ପରାଗ ଭାରତକୁ ଦେଖାଯିବ ନାହିଁ ବୋଲି ଜଣା ପଡିଛି । ଭାରତରେ ମଧ୍ୟ ଏନେଇ କୌଣସି ପାଳନ ବିଧି ରହିନାହିଁ । ଭାରତରେ ଏହା ରାତିରେ ଲାଗୁଥିବାରୁ ଏହାକୁ ପାଳନରେ ମଧ୍ୟ କୌଣସି ନିୟମ ନୀତି ପାଳିତ ହେଉ ନାହିଁ । ଆସନ୍ତୁ ଜାଣିବା ସୂର୍ଯ୍ୟ ପରାଗ ସମୟରେ କ’ଣ କରିବ ଆଉ କ’ଣ ନ କରିବା ।
ସାଧାରଣତଃ ଆମେ ମାନି ଥାଉ କି ସୂର୍ଯ୍ୟପରାଗ ସମୟରେ ଖାଦ୍ୟ ଖାଇବା ଉଚିତ ନୁହେଁ । ଏହି ସମୟରେ କେବଳ ଇଶ୍ୱରଙ୍କ ନାମ ନିଆ ଯାଇଥାଏ । ତେବେ ଏହି ସମୟରେ ଆପଣ ଦାନ ଓ ଧର୍ମ ମଧ୍ୟ କରି ପାରନ୍ତି । ସେହିଭଳି ଗର୍ଭବତୀ ମହିଳା ମାନେ ମଧ୍ୟ ଏଥି ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଏହି ସମୟରେ ଆପଣ ଆପଣଙ୍କ ପୂଜା ସାମଗ୍ରୀକୁ କପଡାରେ ଲୁଚାଇ ରଖିବା ଉଚିତ ।