ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସାରା ଦେଶରେ କରୋନା ପାଇଁ ଏବେ ଯାତ୍ରୀବାହି ରେଳ ସେବା ବନ୍ଦ ରହିଛି । ତେବେ ସୂଚନା ମିଳୁଥିଲା କି ଏହି ନିକଟରେ ରେଳ ବିଭାଗ ତାର ସେବା ପୂର୍ବଭଳି ଆରମ୍ଭ କରିବ । ଏନେଇ ରେଳ ବିଭାଗ ମଧ୍ୟ ପସ୍ତୁତି ଆରମ୍ଭ କରିଛି । ଏନେଇ ଏକ ତାରିଖ ମଧ୍ୟ ଚର୍ଚ୍ଚାକୁ ଆସିଥିଲା ଏବେ ଯାହାକୁ ବିଭାଗ ପକ୍ଷରୁ ଖଣ୍ଡନ କରାଯାଇଛି । ଏନେଇ ରେଲୱେ ବିଭାଗ ପକ୍ଷରୁ ସ୍ପଷ୍ଟିକରଣ ମଧ୍ୟ ଦିଆଯାଇଛି । ବର୍ତ୍ତମାନ ରେଳ ଚଳାଚଳ ନେଇ ସେମିତି କୌଣସି ନିଷ୍ପତି ନିଆଯାଇ ନାହିଁ ।
ଲକ ଡାଉନ ସରିବା ପରେ କରୋନାର ସ୍ଥିତିକୁ ନଜରରେ ରଖି ଆଗକୁ କୌଣସି ନିଷ୍ପତ୍ତି ନିଆଯିବ । ମାତ୍ର ଏବେ ରେଳ ଚଳାଚଳ ସେବା ଆରମ୍ଭ କରିବା ନେଇ କୌଣସି ନିଷ୍ପତି ହୋଇନି । ସୂଚନାଯୋଗ୍ୟ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା କି ରେଳ ବିଭାଗ ତାର ସେବା ଆରମ୍ଭ କରିବାକୁ ଯାଉଛି । ଏମିତି କି କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ଅନୁସାରେ ରେଳ ଚଳାଚଳ ଆରମ୍ଭ କରିବ । ମାତ୍ର ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ବିଭାଗ କହିଛି ।