କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ଥ ଟ୍ରାଇଫେଡ କୋଭିଡ-19 ଯୋଗୁ ଦୁଃଖ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଆଦିବାସୀ କାରିଗରମାନଙ୍କ ପାଇଁ ସହାୟତାର ହାତ ବଢାଇଛି । ଟ୍ରାଇବ୍ସ ଇଣ୍ଡିଆ ପାଇକାରୀ ଓ ଇ-କମର୍ସ ପ୍ଲାଟଫର୍ମ www.tribesindia.com ଜରିଆରେ ସେମାନଙ୍କ ଦ୍ଵାରା ଉତ୍ପାଦିତ ସାମଗ୍ରୀର ବିକ୍ରୀବଟା ପାଇଁ ଘୋଷଣା କରିଛି । ଦେଶବ୍ୟାପୀ ଥିବା ଏହାର ପାଇକାରୀ ବିକ୍ରୟ କେନ୍ଦ୍ର ଓ ବହୁଳ ବିକ୍ରି ଜରିଆରେ ଉତ୍ପାଦିତ ଓ ପ୍ରସ୍ତୁତ ସାମଗ୍ରୀଗୁଡିକର ବିପଣନ ପାଇଁ ମଧ୍ୟ ସ୍ଥିର କରିଛି । କୋଭିଡ-19 ଯୋଗୁଁ ବୈଶ୍ଵିକ ମହାମାରୀ କାଳରେ ଉଭୟ ପୁରୁଷ ଓ ମହିଳା କାରିଗରମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ହୃଦୟଙ୍ଗମ କରି ଟ୍ରାଇଫେଡ ସାମଗ୍ରୀଗୁଡ଼ିକର ବିକ୍ରିବଟା ସହ ଶତକଡା 100 ଭାଗ ସେହି କାରିଗରମାନଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି । ଅନ୍ୟ ଯେଉଁ ପୋର୍ଟାଲ ଜରିଆରେ ସାମଗ୍ରୀଗୁଡିକ ବିକ୍ରି ହେଉଛି ସେଥିରେ ମଧ୍ୟ ଡ଼ିସକାଉଣ୍ଟ ଦେବା ପାଇଁ ଆଲୋଚନା ଜାରି ରଖିଛି । ଟ୍ରାଇଫେଡ ପକ୍ଷରୁ ନିୟମିତ ଭାବେ ଭିଡିଓ କଂଫରେନ୍ସ ସମ୍ମିଳନୀ କରାଯାଇ ଏହାର ସାମଗ୍ରୀ ଯୋଗାଣକାରୀମାନଙ୍କ ସହ ଯୋଗାଯୋଗ ରଖାଯାଉଛି । ଜାତୀୟ ଓ ଆଞ୍ଚଳିକ ଯୋଗାଣକାରୀ ସମ୍ମିଳନୀରେ ପ୍ରାୟ 5 ହଜାରରୁ ଅଧିକ ଆଦିବାସୀ କାରିଗର ଯୋଗଦେଇଥିଲେ ।
କୋଭିଡ-19 ମହାମାରୀ ଯୋଗୁଁ ଲକଡାଉନ ପରିପ୍ରେକ୍ଷୀରେ ଟ୍ରାଇଫେଡ ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକୁ ଜରୁରିକାଳୀନ ଭିତ୍ତିରେ ସାମଗ୍ରୀଗୁଡିକୁ କ୍ରୟ କରିବାକୁ ନିର୍ଦ୍ଦେଶ ଦେଇଛି । ସାମାଜିକ ଦୂରତ୍ଵ ରକ୍ଷାକାରୀ ଟ୍ରାଇଫେଡ କାର୍ଯ୍ୟାଳୟ ପରିସର ମଧ୍ୟରେ ଯେପରି କାରିଗରମାନେ କାର୍ଯ୍ୟ କରିପାରିବେ ସେଥିପାଇଁ ପ୍ରଶାସନଠାରୁ ଅନୁମତି ଅଣାଯାଇଛି । କରୋନା ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ଆବଶ୍ୟକ ପ୍ରତିଶୋଧମୂଳକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ କାରିଗରମାନଙ୍କୁ ପରାମର୍ଶ ଦିଆଯାଇଛି । ସେମାନଙ୍କୁ ସାବୁନ, ମାସ୍କ ଓ ସାନିଟାଇଜର ଇତ୍ୟାଦି ପ୍ରସ୍ତୁତ କରିବା ପାଇଁ ଟ୍ରାଇଫେଡ ସରକାରୀ ସଂସ୍ଥାଗୁଡିକ ଯେପରି ଏହି ଦରକାରୀ ସାମଗ୍ରୀ କିଣିବେ ସେଥିପାଇଁ ସେମାନଙ୍କୁ ନିବେଦନ କରୁଛି । ଏକ ମାନବିକ ଭଙ୍ଗୀ ପଦକ୍ଷେପ ସ୍ୱରୂପ ଆର୍ଟ ଅଫ ଲିଭିଙ୍ଗ ସହ ମିଶି ଟ୍ରାଇଫେଡ ନିକଟରେ 5 ହଜାର ଆଦିବାସୀ ପରିବାରଙ୍କୁ ମାଗଣା ରାସନ ମଧ୍ୟ ବଣ୍ଟନ କରିଛି ।