ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ଆଧାରକାର୍ଡ ଏକ ଜୁରୁରୀ ଡକ୍ୟୁମେଣ୍ଟ । ଏହା ବିନା କୌଣସି ସରକାରୀ ବା ବେସରକାରୀ କାର୍ଯ୍ୟ କରାଯାଇପାରିବ ନାହିଁ । ଗ୍ରାହକଙ୍କ ସୁବିଧା ପାଇଁ ମଝିରେ ମଝିରେ ଅନେକ ସୁବିଧା ଲଞ୍ଚ କରିଥାଏ ୟୁଆଇଡିଏଆଇ । ଏବେ ପୁଣି ଲୋକଙ୍କ ସୁବିଧା ପାଇଁ ଇସ୍ରୋ ସହ ଡିଲ କରିଛି ୟୁଆଇଡିଏଆଇ । ଯାହାର ଫାଇଦା ସିଧା ସଳଖ ଗ୍ରାହକଙ୍କୁ ମିଳିବ ।
ଆଧାରକାର୍ଡ ଜାରି କରୁ୍ଥିବା ସଂସ୍ଥା ୟୁଆଇଡିଏଆଇ , ଇସ୍ରୋ ସହ ମିଶି ଲୋକେଶନ ଟ୍ରାକ କରିବା ପାଇଁ ଏକ ଡିଲ କରିଛି । ଏହାଦ୍ୱାରା ଆପଣ ଆପଣଙ୍କ ଘର ଆଖପାଖର ଆଧାରକେନ୍ଦ୍ରର ଠିକଣା ଲଗାଇପାରିବେ ।
ସୂଚନାଯୋଗ୍ୟ, ଏହି ଡିଲ ଅନୁଯାୟୀ ଇସ୍ରୋ, ୟୁଆଇଡିଏଆଇ ଏବଂ ଇଲେକ୍ଟ୍ରନିକ୍ସ-ସୂଚନା ପ୍ରଦ୍ୟୋଗିକ ମନ୍ତ୍ରାଳୟ ଏହି ଚୁକ୍ତି ପରେ ଦେଶର ଯେକୌଣସି ଅଞ୍ଚଳରେ ଘରେ ବସି ନିଜ ଆଖପାଖର ଆଧାରକେନ୍ଦ୍ର ବିଷୟରେ ଜାଣିପାରିବେ ।