ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ) : କରୋନା ଲକ ଡାୁନ ପାଇଁ କେନ୍ଦ୍ର ସରକାର ଉଜ୍ୱଳା ଯୋଜନାରେ ସମସ୍ତ ଉପଭୋକ୍ତାଙ୍କୁ ୩ ମାସ ପର୍ଯ୍ୟନ୍ତ ଇନ୍ଧନ ଗ୍ୟାସ ଯୋଗାଇ ଦେବାକୁ ଘୋଷଣା କରିଥିଲେ । ଏଥିନେଇ କେନ୍ଦ୍ର ସରକାର ପଥମ ମାସ ପାଇଁ ଉପଭୋକ୍ତାଙ୍କ ଖାତାରେ ଟଙ୍କା ମଧ୍ୟ ଜମା କରିବା ୍ରଆରମ୍ଭ କରିଛନ୍ତି । ତେବେ ଏଥର ଯଦି ଉପଭୋକ୍ତା ଗ୍ୟାସ ବୁକ ନ କରିବେ ତେବେ ଆଗାମୀ ୨ ମାସ ପାଇଁ ଗ୍ୟାସ ବାବଦକୁ ମିଳୁଥିବା ଟଙ୍କା ଖାତାକୁ ଆସିନପାରେ । ସୂଚନା ଅନୁସାରେ ଏଯାବତ ପାଖାପାଖି ଅଢେଇ ଲକ୍ଷ ପଞ୍ଜିକୃତ ଖାତାକୁ ଟଙ୍କା ପଠା ସରିଛି ।
ତେବେ ଏହାକୁ ନେଇ ଇନ୍ଧନ ଗ୍ୟାସର ମୁଖ୍ୟ ପରିଚାଳକ ମୁନେଶ ଗୁପ୍ତା ସୂଚନା ଦେଇ କହିଛନ୍ତି ଯେଉଁ ଗ୍ରାହକ ମାନଙ୍କ ଖାତାକୁ ଉଜ୍ୱଳା ଗ୍ୟାସ ବାବଦକୁ ଟଙ୍କା ଯାଇଛି ସେମାନେ ଯଦି ଏହି ଟଙ୍କାରେ ଗ୍ୟାସ ବୁକ ନକରନ୍ତି ତେବେ ଆଗାମୀ ୨ ମାସ ପାଇଁ ଦିଆଯିବାକୁ ଥିବା ଟଙ୍କା ସେମାନଙ୍କ ଖାତାକୁ ଯିବ ନାହିଁ । ଏଥିପାଇଁ ଉପଭୋକ୍ତା ଏପ୍ରିଲ ମାସ ଗ୍ୟାସ ରିଫିଲିଂ ପାଇଁ କୁହାଯାଇଛି । ସୂଚନାଯୋଗ୍ୟ ଏଯାବତ ଦିଆଇଥିବା ଟଙ୍କାର କେବଳ ୧୦ ପ୍ରତିଶତ ଉପଭୋକ୍ତାହିଁ ଗ୍ୟାସ ବୁକ କରିଛନ୍ତି ।