ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ଅନେକ ବ୍ୟାଙ୍କରୁ କୋଟି କୋଟି ଟଙ୍କା ଚୂନ ଲଗାଇ ଥିବା ମଦ୍ୟସମ୍ରାଟ ବିଜୟ ମାଲ୍ୟା ବ୍ୟାଙ୍କ ଉପରେ ବର୍ଷିଛନ୍ତି । ମାଲ୍ୟା ଅଭିଯୋଗ କରିଛନ୍ତି କି, ମୋତେ ଚୋର ଘୋଷିତ କରିବା ପାଇଁ କେତେ କ’ଣ କରାଯାଉଛି, ଏହାସହିତ ମୁଁ ବ୍ୟାଙ୍କରୁ ଟଙ୍କା ନେଇ ଭାଗିଯାଇଛି ବୋଲି ପ୍ରମାଣିତ କରିବାରେ ଚେଷ୍ଟା ଚାଲିଛି । ପୂର୍ବରୁ ଏବଂ ଏବେ ବ୍ୟାଙ୍କ ଅନେକ ରିକୋଭରି କରିସାରିଲାଣି । ଏହାର ସମସ୍ତ ତଥ୍ୟ ମୋ ସେଟେଲମେଣ୍ଟରେ ରହିଛି । ବ୍ୟାଙ୍କ ତେଣିକି ଯାହା ବି କହୁ, କିନ୍ତୁ ତାଙ୍କୁ ଭୁଲ୍ ହିଁ କୁହାଯିବ । ଯେହେତୁ ସେ ମୋ ସହିତ ଏଭଳି ବ୍ୟବହାର କରିଛନ୍ତି ।
So much so for branding me a thief who stole PSU Bank money and ran away. Banks have made a substantial recovery in the past and also today. All included in my settlement proposal too. Damned if you do and Damned if you don’t is how I am treated.
— Vijay Mallya (@TheVijayMallya) March 27, 2019
ବିଜୟ ମାଲ୍ୟାଙ୍କ ବିଷୟରେ ଗତକାଲି ଇଡି ପକ୍ଷରୁ ସୂଚନା ମିଳିଥିଲା । ମାଲ୍ୟାଙ୍କ ୟୁନାଟେଡ ବ୍ରୁଅରୀଜ୍ ହୋଲ୍ଡିଙ୍ଗ ଲିମିଟେଡ୍ ର ସେୟାର ବିକ୍ରି କରାଯାଇ ୧୦୦୮ କୋଟି କୋଟି ଟଙ୍କା ମିଳିଛି । ଏହାପରେ ମାଲ୍ୟା ଟ୍ୱିଟ୍ କରି ବ୍ୟାଙ୍କ ଉପରେ ପାଲାଟା ବାର୍ କରିଛନ୍ତି । ସେ କହିଛନ୍ତି କି , ମୋତେ ଏବେ ବି ଚୋର କରିବା ପାଇଁ ଚେଷ୍ଟା ଚାଲିଛି, କିନ୍ତୁ ଆପଣ ତେଣିକି ଯାହା ବି କୁହନ୍ତୁ ଆପଣଙ୍କୁ ହିଁ ଭୁଲ୍ କୁହାଯିବ ଏହା ହିଁ ସତ୍ୟ ।
ମାଲ୍ୟାଙ୍କ ବିରୋଧରେ ଚାଲିଥିବା ମନିଲାଣ୍ଡ୍ରିଙ୍ଗ ମାମଲାରେ ତାଙ୍କର ସମସ୍ତ ସେୟାରକୁ ଇଡି ଜବତ କରିନେଇଥିଲା ।
ଖବରମୁତାବକ, ଏହାପୂର୍ବରୁ ମେହୁଲ ଚୋକସୀ ନିଜକୁ ନିର୍ଦ୍ଦୋଶ ବୋଲି କହିବା ସହ ସେ କହିଛନ୍ତି କି, ମୋତେ ବ୍ୟାଙ୍କ ମିଛ କେସ୍ରେ ଫସାଇବାକୁ ଚେଷ୍ଟା କରୁଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଜାଣିଶୁଣି ତାଙ୍କ ବିରୋଧରେ ମିଛ ମାମଲା କରୁଛି । ଏହାସହିତ ପିଏନବି ଘୋଟଲାରେ ଯେଉଁ ସବୁ କମ୍ପାନୀ ବିରୋଧରେ ତଦନ୍ତ ଚାଲୁଛି ଏଥିରେ କୌଣସି କମ୍ପାନୀର ଭାଗିଦାରୀ ନାହିଁ ବୋଲି ସେ କହିଛନ୍ତି ।