ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ସଂକ୍ରମଣ ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ଲକଡାଉନ ଘୋଷଣା କଲେ ପଶ୍ଚିମବଙ୍ଗ ସରକାର । ଆସନ୍ତାକାଲିଠୁ ସମ୍ପୂର୍ଣ୍ଣ ଲକଡାଉନ । କେବଳ ଜରୁରୀ ସେବା ଜାରି ରହିବ । ଅନ୍ୟ ସବୁକିଛି ବନ୍ଦ ରହିବ । ଯେପରିକି ସରକାରୀ ଓ ଘରୋଇ ଅଫିସ, ଲୋକାଲ ଟ୍ରେନ, ବସ ସେବା, ସମସ୍ତ ସ୍କୁଲ ଆଦି ବନ୍ଦ ରହିବ ।
ଲକଡାଉନ ସମୟରେ ରାସନ ଓ ପନିପରିବା ଦୋକାନ ସକାଳ ୭ଟାରୁ ୧୦ ଯାଏଁ ଖୋଲିବ । ସେହିପରି ସକାଳ ୧୦ଟାରୁ ଅପରାହ୍ନ ୨ ପର୍ଯ୍ୟନ୍ତ ଖୋଲା ରହିବ ବ୍ୟାଙ୍କ ।