ରାଞ୍ଚି (ଏଟିଆର ବ୍ୟୁରୋ); ଆଜି ଅର୍ନ୍ତରାଷ୍ଟ୍ରୀୟ ‘ଯୋଗ ଦିବସ’ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ୩୫୦୦୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ସହିତ ଯୋଗ କରୁଛନ୍ତି । ୨୦୧୫ ରୁ ପ୍ରତିବର୍ଷ ଜୁନ୍ ୨୧ରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରାଯାଏ । ମୋଦୀଙ୍କ ଏହି ଯୋଗ କାର୍ଯ୍ୟକ୍ରମ ପାଇଁ ରାଞ୍ଚିର ପ୍ରଭାତ ତାରା ପଡ଼ିଆରେ ବ୍ୟାପକ ଆୟୋଜନ କରାଯାଇଛି ।
ପ୍ରଭାତ ତାରା ପଡ଼ିଆରେ ସମବେତ ଜନତାଙ୍କୁ ସମ୍ବୋଧନ କରି ସେ କହିଲେ: ଆନ୍ତର୍ଜାତିକ ଯୋଗ ଦିବସ ପାଳନରେ ଯୋଗ ଦେଇଥିବାରୁ ମୁଁ ବିଶ୍ୱବାସୀଙ୍କୁ ଧନ୍ୟବାଦ ଜଣାଉଛି। ଉତ୍ସର୍ଗୀକୃତ ଯୋଗାଭ୍ୟାସକାରୀ ସମଗ୍ର ବିଶ୍ୱରେ ସୂର୍ୟ୍ୟଙ୍କର ପହିଲି କିରଣକୁ ସ୍ୱାଗତ କରୁଛନ୍ତି। ଏଇଟା ଅତି ସୁନ୍ଦର ଦୃଶ୍ୟ। ମୁଁ ଆପଣମାନଙ୍କୁ ନିବେଦନ କରୁଛି ଯୋଗକୁ ଆପଣାନ୍ତୁ ଏବଂ ଏହାକୁ ଆପଣଙ୍କ ଦୈନନ୍ଦିନ କାର୍ୟ୍ୟକ୍ରମରେ ଅବିଚ୍ଛେଦ୍ୟ ଅଂଶ କରନ୍ତୁ।
ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଯୋଗ ଅପରିହାର୍ଯ୍ୟ। ଏହାକୁ ସାରା ଜୀବନ ଆଦରି ନେବା ଉଚିତ। ଯାହା ଶରୀର ପାଇଁ ଭଲ। ପ୍ରତ୍ୟହ ଯୋଗ କରିବାର ମାନସିକତା ଉଜ୍ଜୀବିତ ରଖିବା ଉଚିତ୍। ମଣିଷର ସୃଜନଶୀଳତାକୁ ଯୋଗ ଅଧିକ କ୍ରିୟାଶୀଳ କରେ। ହୃଦୟକୁ ସୁସ୍ଥ ରଖିବା ପାଇଁ ଯୋଗର ଆବଶ୍ୟକତା ରହିଛି। ପାଣି, ପରିବେଶ, ପୋଷଣ ଓ ପରିଶ୍ରମ ସୁସ୍ଥ ଜୀବନ ପାଇଁ ଜରୁରୀ। ହୃଦ୍ରୋଗ, ରକ୍ତଚାପ ଓ ମଧୁମେହ ପାଇଁ ଯୋଗ ଏକ ଅମୋଘ ଔଷଧ।