ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଣି ଜଣେ ବିଲ୍ଡରଙ୍କ କାରସାଦୀ ସାମ୍ନାକୁ ଆସିଛି । ୭୨ଲକ୍ଷ ଟଙ୍କା ହଡ଼ପ କରି ଧରାଛୁଆଁ ଦେଉନାହାନ୍ତି ସଂଯୋଗ ଇଷ୍ଟକନ ବିଲ୍ଡର ନିର୍ବିକାର ନନ୍ଦ । ଏନେଇ ସହିଦନଗର ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ହେଲେ ପୁଲିସ ଚୁପ ରହିବା ଘଟଣା ସନ୍ଦେହ ସୃଷ୍ଟି କରୁଛି । ଏଟିଆର ଅନୁସନ୍ଧାନରୁ ଏଭଳି ଏକ ହାଇଟେକ ଠକେଇ ପଦାକୁ ଆସିଛି । ସହିଦନଗର ଥାନା ବୟାବାବା ମଠ ନିକଟରେ ରହିଥିଲା ସଂଯୋଗ ବିଲ୍ଡର ନାମକ ଏକ ସଂସ୍ଥା । ୨୦୧୧ରେ ଦେଉଳୀପାଟଣା ଅଁଚଳରୁ ସମ୍ପୃକ୍ତ ବିଲ୍ଡର ୩୬୪ ଡେସିମିଲ ଜମି ସୁମିତ୍ରା ନାୟକଙ୍କଠୁ କିଣିଥିଲେ ।
ତେବେ ଚଁଚକତା କରି ୩୬୪ ବଦଳରେ ୬୬୪ଡେସିମିଲି ଜମିକୁ ବିକ୍ରି କରି ଦେଇଥିଲେ । ଯାହାର ମୂଲ୍ୟ ୭୨ଲକ୍ଷ ଟଙ୍କାରୁ ଅଧିକ ହେବ । ଏ ସମ୍ପର୍କରେ ଜାଣିବା ପରେ ସୁମିତ୍ରା ବିଲ୍ଡର ନିର୍ବିକାର ନନ୍ଦଙ୍କୁ ଟଙ୍କା ମାଗିଥିଲେ । ହେଲେ ସେ ଆଉ ଧରାଛୁଆଁ ଦେଇନଥିଲେ । ସୁମିତ୍ରାଙ୍କ କହିବାନୁସାରେ ଗଲା ୬ବର୍ଷ ହେବ ତାଙ୍କୁ ଭୁଆଁ ବୁଲାଉଛନ୍ତି ବିଲ୍ଡର । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ସେ ଦାବି କରିଛନ୍ତି । ସେପଟେ ଏଟିଆର ଅନୁସନ୍ଧାନରୁ ଏ କଥା ବି ସାମ୍ନାକୁ ଆସିଛି ଘଟଣାକୁ ଚପାଇବାକୁ କେତେକ ସାମ୍ବାଦିକ ଜିଜାନ ଲଗାଇ ଦେଇଥିଲେ । ନିରିହ ଜମି ମାଲିକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଓଲଟି ବିଲ୍ଡର ସହ ହାତ ମିଳାଇ ଲାଲେଲାଲ ହେବାକୁ ଚେଷ୍ଟା କରିଥିଲେ ।
ଯାହାର ଉପରେ ଏବେ ରୋକ ଲଗାଇଛି ଏଟିଆର । ଖବର ପ୍ରକାଶ ପାଇବା ପରେ ଖୋଦ ଠକାମିର ଶିକାର ବ୍ୟକ୍ତି ଏଟିଆର ଟିମକୁ ଫୋନ ମାଧ୍ୟମରେ ଡକାଇ ସବୁ ଘଟଣା ବଖାଣିଛନ୍ତି । ତେବେ ସେ ଯାହା ହେଉ ଏହି ୭୨ଲକ୍ଷ ଟଙ୍କା ହେରଫେର ଘଟଣାରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସବୁ ସ୍ତରରେ ଦାବି ହୋଇଛି ।