ଭୁବନେଶ୍ୱର(ଏଟିଆର ବ୍ୟୁରୋ): ନିଜକୁ ଅସୁରକ୍ଷିତ ମଣିଛନ୍ତି ମହିଳା ଆଇନଜୀବୀ ବବିତା କର । ସୁରକ୍ଷା ପାଇଁ ପୁଲିସକୁ ନିବେଦନ କରିଥିବା ବେଳେ ପୁଲିସ ପକ୍ଷରୁ ସେତେଟା ପଦକ୍ଷେପ ନିଆଯାଇନଥିବା ସେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ତେଣୁ ବାଧ୍ୟ ହୋଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କରି ଘଟଣା ସମ୍ପର୍କରେ ଜଣାଇଛନ୍ତି ।
Status of case no 141/2018 sadar police station cuttack please confirm @CMO_Odisha weather accused person's arrested or not? Your fair inquiry finished or not? @DCP_CUTTACK @bbsrctcpolice @homeodisha @DrRajendraShar2 @ps6662 @bhaktatripathy @santjagdev @CrimeCapital9 @Satyaranjan
— Advocate Babita Kar (@AdvocateKar) April 9, 2018
ମିଳିଥିବା ରିପୋର୍ଟ ଅନୁସାରେ, ଫ୍ରେଣ୍ଡସଫାଉଣ୍ଡେସନ ଟ୍ରଷ୍ଟର ମେମ୍ବର ଥିବା ବବିତାଙ୍କୁ କିଛିଦିନ ହେଲା ଧମକ ଚମକ ଆସୁଛି । ନିକଟରେ ଏକ ଢ଼ାବାରେ ସେ ତାଙ୍କର ଜଣେ ସହକର୍ମୀଙ୍କ ସହ ବସି ଖାଉଥିବା ବେଳେ ଓଡିଆ ହାସ୍ୟ ଅଭିନେତା ପପୁ ପମପମ ଓ ତାଙ୍କ ସହଯୋଗୀ ଗିଟୁ ତାଙ୍କୁ ଗାଳିମନ୍ଦ କରିଥିବା ଅଭିଯୋଗ ହୋଇଥିଲା । ଏକ ନାବାଳିକା ନିର୍ଯାତନା ମାମଲାରେ ଅଭିନତା ପପୁଙ୍କୁ ଜେଲ ପଠାଇବାରେ ମୁଖ୍ୟ ଭୁମିକା ରହିଥିଲା ଏହି ଫ୍ରେଣ୍ଡଫାଉଣ୍ଡେସନ ଟ୍ରଷ୍ଟର । ସେହି ରାଗରେ ପପୁ ତାଙ୍କର ସହଯୋଗୀ ମିଶି ଧମକ ଦେଇଥିବା ଥାନାରେ ଅଭିଯୋଗ ମଧ୍ୟ କରିଥିଲେ ବବିତା ।
ଏବେ ତାଙ୍କୁ କେହି ପିଛା କରିବା ସହ ଧମକ ଦେଉଥିବା ବେଳେ ସେ ଏ ସମ୍ପର୍କରେ ପୁଲିସକୁ ଜଣାଇଥିଲେ ମଧ୍ୟ ପୁଲିସ ଏହା ଉପରେ ଗୁରୁତ୍ୱ ନଦେବା ନିହାତି ଦୁଭାଗ୍ୟ ବୋଲି ବବିତା ଜଣାଇଛନ୍ତି ।