ବାରିପଦା,(ଏଟିଆର ବ୍ୟୁରୋ): ପୁଣି ଏଟିଏମ ଭାଙ୍ଗି କଳାକନା ବୁଲାଇଲେ ଲୁଟେରା । ଗୋଟିଏ କି’ ଦୁଇଟା ନୁହେଁ ଏକାସଙ୍ଗେ ୪ଟା ଏଟିଏମକୁ ସେମାନେ ଟାର୍ଗେଟ କରିଥିଲେ । ବିଳମ୍ବିତ ରାତିରେ ଏମିତି ଏକ ଘଟଣା ନଜରକୁ ଆସିଛି ବାରିପଦା ଅଞ୍ଚଳରେ ।
ପୁଲିସ ରିପୋର୍ଟ ଅନୁସାରେ, ତୁଳସୀ ଚଉଁରା ସ୍ଥିତ ଆକ୍ସିସ ବ୍ୟାଙ୍କ, ଷ୍ଟେସନ ବଜାରର ବ୍ୟାଙ୍କ ଅଫ ଇଣ୍ଡିଆ, ପାଲବଣିରେ ଥିବା ୟୁନାଇଟେଡ ବ୍ୟାଙ୍କ ଓ ଅସ୍ତିଆରେ ଥିବା ୟୁବିଆଇ ବ୍ୟାଙ୍କର ଏଟିଏମକୁ ଭାଙ୍ଗି ଲୁଟ କରିଛନ୍ତି ଦୁର୍ବୃତ୍ତ । ଅତି ଚାଲାକର ସହ ଲୁଟେରାମାନେ ଗ୍ୟାସ କଟର ର ବ୍ୟବହାର କରିଛନ୍ତି । ଘଟଣାରେ ପାଖାପାଖି ୧୫ଲକ୍ଷରୁ ଅଧିକ ଟଙ୍କା ଲୁଟ ହୋଇଥିବା ସୂଚନା ମିଳିଛି । ତେବେ ବାସ୍ତବରେ କେତେ ଟଙ୍କା ଲୁଟ ହୋଇଛି ସେନେଇ ଅଧିକ ଖୋଳତାଡ କରୁଛି ପୁଲିସ ।