ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଜଳିଗଲା ବାୟୁସେନାର ଲଢୁଆ ବିମାନ । ଅଳ୍ପକେ ବର୍ତ୍ତିଗଲେ ପାଇଲଟ । ଭାରତୀୟ ବାୟୁସେନାର ଗୋଟେ ଗୋଟେ ଲଢୁଆ ବିମାନ ଦୁର୍ଘଟଣା ଗ୍ରସ୍ଥ ହେବାରେ ଲାଗିଛି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ରାଜସ୍ଥାନର ଯୋଧପୁର ଠାରେ ଆଜି ସକାଳ ସମୟରେ ଭାରତୀୟ ବାୟୁସେନାର Mig ୨୭ ଲଢୁଆ ବିମାନ ଦୁର୍ଘଟଣା ଗ୍ରସ୍ଥ ହୋଇଛି । ଆଜି ସକାଳେ ଯୋଧପୁର ନିକଟ ଦେବଲିଆ ଗ୍ରାମ ନିକଟରେ ବାୟୁସେନା Mig ୨୭ ବିମାନଟି ଦୁର୍ଘଟଣା ଗ୍ରସ୍ଥ ହୋଇ ଖସି ପଡିଥିଲା । ପରେ ବିମାନଟି ସମ୍ପୁର୍ଣ୍ଣ ଜଳିଯାଇଥିଲା । ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣା ପଡିଛି । ପାଇଲଟ ସମ୍ପୁର୍ଣ୍ଣ ଠିକ ଥିବା ଜଣା ପଡିଛି ।
ଭାରତୀୟ ବାୟୁସେନାର Mig ୨୭ ଲଢୁଆ ବିମାନ ଦୁର୍ଘଟଣା ଗ୍ରସ୍ଥ ହେବାର ଖବର ପାଇ ବାୟୁସେନାର ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଦୁର୍ଘଟଣାର କାରଣ ସ୍ପଷ୍ଟ ଭାବେ ଜଣା ପଡିନଥିବା ବେଳେ ଘଟଣା ର ତଦନ୍ତ କରାଯିବ ବୋଲି ବାୟୁସେନାର ଅଧିକାରୀ କହିଛନ୍ତି । ସେପଟେ ବାରମ୍ବାର ବାୟୁସେନାର ବହୁ ଲଢୁଆ ବିମାନ ଗୁଡିକ ଦୁର୍ଘଟଣା ଗ୍ରସ୍ଥ ହେଉଥିବାରୁ ବାୟୁସେନା ଅଧିକାରୀଙ୍କ ଚିନ୍ତା ବଢାଉଛି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024