ଭୁବନେଶ୍ୱର,(ଏଟିଆରବ୍ୟୁରୋ): ପୁଣି ବିବାଦ ଘେରରେ ଏୟାରଓଡିଶା । ଏଥର ଠକେଇ ନୁହେଁ ବରଂ ଦୁଷ୍କର୍ମ ଭଳି ସଂଗିନ ଅଭିଯୋଗ ପହଞ୍ଚିଛି ଥାନାରେ । ଏୟାର ଓଡିଶାର ମୁଖ୍ୟ ସନ୍ତୋଷ ପାଣୀ କମ୍ପାନୀର ଜଣେ ପୂର୍ବତନ ମହିଳା କର୍ମଚାରୀଙ୍କ ସହ ଦୁଷ୍କର୍ମ କରିଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି ।
ଥରେ ନୁହେଁ ବରଂ ୨ଥର ସନ୍ତୋଷ ଦୁଷ୍କର୍ମ କରିଥିବା ଅଭିଯୋଗରେ ଉଲ୍ଲେଖ ରହିଛି । ସମ୍ପୃକ୍ତ ଯୁବତୀଙ୍କ ଘର କୋଲକତାରେ ହୋଇଥିବା ବେଳେ ସେ ଏବେ ଏୟାର ଡେକାନରେ କାର୍ଯ୍ୟରତ । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏୟାର ଓଡିଶା ମୁଖ୍ୟ ସନ୍ତୋଷ ପାଣୀ ।
ସେ କହିଛନ୍ତି ପାଟିତୁଣ୍ଡ ଯୋଗୁ ତାଙ୍କୁ କମ୍ପାନୀରୁ କାଢ଼ି ଦିଆଯାଇଥିଲା । ଏହି ରାଗରେ ଯୁବତୀ ଜଣଙ୍କ ମିଥ୍ୟା ଅଭିଯୋଗ ଉଠାଉଛନ୍ତି । ସେପଟେ ପୁଲିସ ଅଭିଯୋଗକୁ ରଖି ଘଟଣାର ଖୋଳତାଡ ଆରମ୍ଭ କରିଛି । କିଏ ସତ କହୁଛି ଆଉ କିଏ ମିଛ ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।