ନୂଆଦିଲ୍ଲୀ,(ଏଟିଆର ବ୍ୟୁରୋ): ବାସହୀନ ପରିବାର ଓ ଗରିବ ପିଲାଙ୍କ ଲାଗି ଖୁସି ଖବର । ବିଶ୍ୱର ସବୁଠୁ ବଡ଼ ଇ-କମର୍ସ କମ୍ପାନୀ ଆମାଜୋନ ଦେବ ପାଖାପାଖି ୧୪ହଜାର ୫ଶହ କୋଟି ଟଙ୍କା । ଏନେଇ କମ୍ପାନୀ ସିଇଓ ଜେଫ ବେଜେସ ମନସ୍ଥ କରିଛନ୍ତି । ତେଣୁ ସେ ଏକ ଫଣ୍ଡ ଆରମ୍ଭ କରିଛନ୍ତି । ଯେଉଁଫଣ୍ଡ ମାଧ୍ୟମରେ ଏହାର ଫାଇଦା ଉଠାଇ ପାରିବେ ବାସହୀନ ଓ ଗରିବ ପିଲାମାନେ ।
ଏହି ଫଣ୍ଡକୁ ୨ଭାଗରେ ବିଭକ୍ତ କରାଯାଇଛି । ପ୍ରଥମଟି ଡେ୧ ଫେମିଲିଜ ଫଣ୍ଡ ଓ ଅନ୍ୟଟି ଡେ୧ ଏକାଡେମୀ ଫଣ୍ଡ । ଖୋଦ କମ୍ପାନୀ ସିଇଓ ଜେଫ ବେଜେସ ଟ୍ୱିଟ ମାଧ୍ୟମରେ ଏହା ଜଣାଇଛନ୍ତି । ସେ ଏହାମଧ୍ୟ କହିଛନ୍ତି ଏହି ଫଣ୍ଡ ଘୋଷଣା କରି ସେ ବହୁତ ଖୁସି । ରିପୋର୍ଟ ଅନୁସାରେ, ଡେ୧ଫେମିଲିଜ ଜରିଆରେ ସାମାଜିକ କାର୍ଯ୍ୟରେ ନିୟୋଜିତ ଥିବା ସଂସ୍ଥାକୁ ସାହାଯ୍ୟ କରାଯିବ ଓ ଡେ୧ ଏକାଡେମୀ ଜରିଆରେ ପ୍ରିସ୍କୁଲ ନେଟୱାର୍କ ଖୋଲାଯିବ । ଏଠାରେ ସୂଚନା ଥାଉକି, ସିଇଓଙ୍କ ସମ୍ପତ୍ତିର ମୂଲ୍ୟ ୧୬୦ଅରବରୁ ଅଧିକ ।