ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ପାଣି ଭାବି ଡିଜେଲ ପିଇଦେବାରୁ ଜଣେ ୫ବର୍ଷ ଶିଶୁର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଂଜାମର କାଳିଆଘାଇ ଗାଁରେ । ମୃତ ଶିଶୁର ନାଁ ଅରୁଣ କୁମାର ରେଡ୍ଡୀ ବୋଲି ସୂଚନା ମିଳିଛି । ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ହସପିଟାଲ ପଠାଇଛି ।
ରିପୋର୍ଟ ଅନୁସାରେ, ଅଜା ଘରକୁ ବୁଲିବାକୁ ଆସିଥିଲେ ଅରୁଣ । ତେବେ ଗତକାଲି ସନ୍ଧ୍ୟାରେ ବୁଲାବୁଲି କରି ଘରକୁ ଫେରିଥିଲେ । ଶୋଷ ଲାଗିବାରୁ ଘର ଭିତରେ ଥିବା ଏକ ବୋତଲରୁ ପାଣି ଭାବି ଡିଜେଲ ପିଇଦେଇଥିବା କଥା କୁହାଯାଉଛି । ଗୁରୁତର ଅବସ୍ଥାରେ ଅରୁଣଙ୍କୁ ଚିକିତ୍ସା ଲାଗି ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଶେଷରେ ତା’ର ମୃତ୍ୟୁ ହୋଇଛି । ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଛି ।