ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ପୁଣି ଅଚଳ ହେଲା ବିଧାନ ସଭା । ହୋଇପାରିଲାନି କୌଣସି କାର୍ଯ୍ୟ । ଶାସକ ଓ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ କଟିଗଲା ସବୁ ସମୟ । ବାଧ୍ୟ ହୋଇ ଗୃହକୁ ଦିନ ୩ ଯାଏଁ ମୁଲତବୀ କରିଥିଲେ ବାଚସ୍ପତି । ପରେ ପୁଣି ସୋମବାର ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
ଆଜି ବିଧାନସଭାରେ ଦେଖାଦେଇଛି ତେଲତାତି । ଶାସକ ବିଜେଡି ଦେଶ ତଥା ରାଜ୍ୟରେ ବଢୁଥିବା ତେଲଦରକୁ ନେଇ ଗୃହରେ ହଟ୍ଟଗୋଳ କରିଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟର ଶିକ୍ଷକ ମାନଙ୍କ ସମସ୍ୟା ତଥା ଦାବି କୁ ନେଇ ଗୃହରେ ହଟ୍ଟଗୋଳ କରିଥିଲେ । ଗୃହରେ ବହୁ ସମୟ ଧରି ହୋହାଲ୍ଲା ଲାଗିରହିଥିଲା । ହଟ୍ଟଗୋଳ ନ କମିବାରୁ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ପ୍ରଥମେ ଦିନ ୩ ଟା ଯାଏଁ ମୁଲତବୀ ରଷିଥିଲେ । ପରେ ଆଗକୁ ଦୁଇ ଦିନ ଧରି ଛୁଟି ଥିବାରୁ ସୋମାବାର ଯାଏଁ ଗୃହକୁ ମୁଲତବୀ ରଖିଥିବା ଜଣା ପଡିଛି ।
ଆଜି ବିଧାନସଭା ଆରମ୍ଭରୁ ଶାସକ ବିଜେଡି ତେଲ ଦର ବୃଦ୍ଧିକୁ ମୁଖ୍ୟ ମୁଦ୍ଦା ଭାବେ ନେଇଥିଲେ । ଗୃହରେ ବିଜେଡି ବିଧାୟକ ତେଲଦର ବୃଦ୍ଧି ବିରୋଧରେ ନାରାବାଜୀ କରୁଥିବା ବେଳେ ବିଜେପି ଓ କଂଗ୍ରେସ ପକ୍ଷରୁ ରାଜ୍ୟରେ ଶିକ୍ଷକଙ୍କ ଦାବୀ ନେଇ ସାରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ତେବେ ବାଚସ୍ପତି ପ୍ରଥମେ ଦିନ୩ ଟା ଓ ପରେ ସୋମବାର ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।