ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଖବର ପ୍ରକାଶ ପାଇବାର ୧୨ ଘଣ୍ଟା ବିତିନି । ପଡିଲା ପ୍ରଭାବ । ଶେଷରେ ଦରମା ପାଇଲେ କର୍ମଚାରୀ । ପୁଲିସ କର୍ମଚାରୀ ୧୬ଦିନ ହେଲା ଦରମା ପାଇନଥିବା ନେଇ ଏଟିଆର ନ୍ୟୁଜରେ ପ୍ରକାଶ ପାଇଥିଲା । ସେଥିରେ ଆମେ ଦର୍ଶାଇଥିଲୁ ବଡ଼ବଡ଼ିଆ ବାବୁମାନେ ଦରମା ପାଇ ଅଏସ କରୁଥିବା ବେଳେ କିଭଳି ତଳିଆ କର୍ମଚାରୀମାନେ ସମସ୍ୟା ଭୋଗୁଛନ୍ତି ।
ଯାହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏତିକି ନୁହେଁ ସଂଘ ବି କିପରି ପୂରା ଘଟଣାରେ ଚୁପ ରହିଛି ସେନେଇ ମଧ୍ୟ ଆମେ ଉଠାଇଥିଲୁ ପ୍ରଶ୍ନ? ଏହାଛଡ଼ା ବିଜେପୁର ଇଲେକ୍ସନକୁ ଦାୟି କରି ଦରମା ହେଳା କରାଯାଉଥିବା କହି ସମାଲୋଚନା ମଧ୍ୟ କରିଥିଲୁ । ଯାହାର ପ୍ରଭାବ ପଡିଛି । ଶୋଇଥିବା ବିଭାଗ ହଠାତ ଚେଇଁ ଉଠି କର୍ମଚାରୀଙ୍କ ଦରମା ରିଲିଜ କରିଛି ।
ସୂଚନାଯୋଗ୍ୟ, ରିର୍ଜଭ ପୁଲିସର ୬ଟି ବ୍ୟାଚର କର୍ମଚାରୀ ଏଯାବତ ଦରମା ପାଇନାହାନ୍ତି । ୨୦୦୫, ୨୦୦୬, ୨୦୦୯, ୨୦୧୧, ୨୦୧୩ ଓ ୨୦୧୫ ବ୍ୟାଚର କର୍ମଚାରୀ ଦରମା ପାଇନଥିଲେ ।