ବଲାଙ୍ଗୀର,(ଏଟିଆର ବ୍ୟୁରୋ): ମାତ୍ର ୩ଶହ ଟଙ୍କା ଲାଗି ଟାଙ୍ଗିଆ ଚୋଟ । ତାହା ପୁଣି ଜଣେ ଅବସରପ୍ରାପ୍ତ ପୁଲିସ ଏସପିଙ୍କୁ । ହୁଏତ କଥାଟା ଆପଣଙ୍କୁ ବିଶ୍ୱାସ ହେଉନଥିବ କିନ୍ତୁ ଏମିତି ଏକ ଘଟଣା ଏବେ ବଲାଙ୍ଗିର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି ବିଷ୍ଣୁ ପ୍ରସାଦ ପାଢ଼ୀ । ତାଙ୍କ ପଛପଟୁ ଆକ୍ରମଣ କାରି ଦୁର୍ବୃତ୍ତ ୩ଶହ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ବିଷ୍ଣୁଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡିଛି । ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାର ଖୋଳତାଡ ଆରମ୍ଭ କରିଛି । ପୁଲିସ ରିପୋର୍ଟ ଅନୁସାରେ, ସକାଳେ ବିଷ୍ଣୁ ମର୍ଣିଂ ୱାକ କରିବାକୁ ଯାଇଥିଲେ ।
ତେବେ ବାଟରେ ଅଚାନକ କେହି ଦୁର୍ବୃତ୍ତ ତାଙ୍କୁ ପଛପଟୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଆକ୍ରମଣରେ ରକ୍ତାକ୍ତ ହୋଇଥିଲେ ବିଷ୍ଣୁ । ସୂଚନାଯୋଗ୍ୟ, ପୂର୍ବରୁ ବୌଦ୍ଧରେ ଏସପି ଥିଲେ ବିଷ୍ଣୁ ।