ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ବାରଙ୍ଗ ଥାନା ଅଧିନରେ ଥିବା ଏକ କେନାଲରେ ବୁଡି ଯାଇଛନ୍ତି ଜଣେ ଏନଆଇଏଫଟି ଛାତ୍ର । ତାଙ୍କର ଆତାପତ୍ତା ମିଳୁନି । ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଙ୍କୁ ଉଦ୍ଧାର କରିବା ଲାଗି ଚେଷ୍ଟା ଜାରି ରଖିଛନ୍ତି ।
ନିଖୋଜ ଛାତ୍ରଙ୍କ ନାଁ ରୋହିତ କୁମାର ବୋଲି ଜଣାପଡିଛି । ଅପରାହ୍ଣରେ ଛାତ୍ର ଜଣଙ୍କ ରେଲୱେ ଓଭରବ୍ରିଜ ନିକଟରେ ଥିବା ରତାଗଡ଼ କେନାଲକୁ ଯାଇଥିବା ବେଳେ ଅଚାନକ ବୁଡିଯାଇଥିଲେ ।