ଭୁବନେଶ୍ୱର,୮।୨/(ବ୍ୟୁରୋ) : ଆରମ୍ଭ ହୋଇଯାଇଛି ଭାଲେଣ୍ଟାଇନ ଋତୁ । ଏଥିପାଇଁ ପାର୍କ ଠାରୁ ଆରମ୍ଭ କରି ସିନେମା ହଲ ଓ ହୋଟେଲ ପର୍ଯ୍ୟନ୍ତ ଏବେ ପ୍ରେମୀଯୁଗୋଳଙ୍କ ଭିଡ ଦେଖିବାକୁ ମିଳୁଛି । ଦିନ ଯେତିକି ଗଡି ଯାଉଚି ପ୍ରେମୀଯୁଗୋଳଙ୍କ ମଧ୍ୟରେ ଉସ୍ଚାହ ସେତିକି ବଢୁଛି । ଏପରିକି ଅନେକ ପ୍ରେମୀଯୁଗୋଳ ଆସନ୍ତା ୧୪ ତାରିଖକୁ କିପରି ପାଳନ କରିବେ ସେନେଇ ମଧ୍ୟ ଯୋଜନା କରିବା ଆରମ୍ବ କରିସାରିଲେଣି । ଚଳିତ ବର୍ଷ ଭାଲେଣ୍ଟାଇନ୍ ଡେ ଦିନ ଶିବରାତ୍ରୀ ପଡୁଥିବାରୁ ଏହାକୁ କିପରି ନିଆରା ଢଙ୍ଗରେ ପାଳନ କରିପାରିବେ ସେନେଇ ମଧ୍ୟ ପ୍ରେମୀଯୁଗୋଳଙ୍କ ପ୍ରସ୍ତୁତ କରୁଛନ୍ତି ବ୍ଲୁପ୍ରିଣ୍ଟ । ହେଲେ ଏହି ସମସ୍ତଙ୍କୁ ଫିକା ପକାଇବା ପାଇଁ ପ୍ରସ୍ତୁତ ଅଣ୍ଟା ଭିଡିଲେଣି ନାରୀସେନା ।
ଆସନ୍ତା ୧୪ ତାରିଖରେ ରାଜଧାନୀ ସମେତ ରାଜ୍ୟର 22ଟି ଜିଲ୍ଲାରେ ପ୍ରେମୀଯୁଗୋଳଙ୍କୁ ତିବ୍ର ବିରୋଧ କରିବ ନାରୀସେନା ବୋଲି ଆଜି ଚେତାବନୀ ଦେଇଛି । ଭଲପାଇବା ନାଁରେ ଚଳାଇଥିବା ଅପସଂସ୍କୃତି ଓ ନଗ୍ନତାକୁ ନାରୀସେନା ଏହିଦିନ ତୀବ୍ର ବିରୋଧ କରିବ ବୋଲି ଆଜି ଚେତାବନି ଶୁଣାଇଦେଇଛି । ଏଥିସହ ଆସନ୍ତା ଫେବୃଆରୀ ୧୪ ତାରିଖ ଭାଲେଣ୍ଟାଇନ୍ ଡେ ଦିନ ଯୁବକଯୁବତୀ ଭିଡ ଯମାଉଥିବା ଏକାମ୍ରପାର୍କ, ଇନ୍ଦିରାଗାନ୍ଧି ପାର୍କ, ବିଜୁ ପଟ୍ଟନାୟକ ପାର୍କ, ସାଇନ୍ସ ପାର୍କ, ଜୟଦେବ ବାଟିକା, ବଟାନିକାଲ ଗାର୍ଡେନ, ଆଇନକ୍ସ, ବିଗବଜାର, ଏକାମ୍ରହାଟ, ମେଫେୟାର ହୋଟେଲ, ସ୍ୱସ୍ତିପ୍ରମିୟମ, ସ୍ୟାଣ୍ଡି ଟାୱାର, ମାରିଅନ୍ ଓ ଶିଖରଚଣ୍ଡୀ ରାସ୍ତା ଆଦିରେ ନାରୀସେନା ପକ୍ଷରୁ ୫ ଟି ମହାବିଦ୍ୟାଳୟର ପ୍ରାୟ ଶହେ ଛାତ୍ରଛାତ୍ରୀ ଏକା ସାଙ୍ଗରେ ଏହାକୁ ବିରୋଧ କରିବା ସହ ଏହି ଅପସଂସ୍କୃତିରେ ଲିପ୍ତ ଥିବା ପ୍ରେମୀଯୁଗୋଳକୁ ସାବାଡ୍ କରିବ ବୋଲି ସେନା ନାଲୀ ଆଖି ଦେଖେଇଛି ।
ସେହିପରି ରାଜଧାନୀ ସମେତ କେନ୍ଦୁଝର, କଟକ,ରାଉରକେଲା,ରାୟଗଡା,ବ୍ରହ୍ମପୁର, ଅନୁଗୋଳ,ପାରାଦ୍ୱୀପ, ସମ୍ବଲପୁର, ଆଜି ୨୨ଟି ଜିଲ୍ଲାରେ ନାରୀସେନା ମୁତୟନ ହେବ ବୋଲି ସେ କହିଛନ୍ତି ।