ଭୁବନେଶ୍ଵର – ନାବାଳିକା ଝିଅ ନିଖୋଜ ହେଲା । ମାମଲା ଥାନାରେ ପହଞ୍ଚିଲା । ପୁଲିସ ଖୋଳତାଡ କରି ଜାଣିଲା ଯେ ପ୍ରେମରେ ଝିଅ ଫେରାର୍ ହୋଇଛି । ହେଲେ ନାବାଳିକା ହୋଇଥିବାରୁ ଅପହରଣ ମାମଲାରେ ପ୍ରେମିକ ବନ୍ଧା ହେଲା । ଗିରଫ ପରେ ଜେଲ୍ ବିଚାର ବିଭାଗୀୟ ହାଜତରେ ପ୍ରେମିକ ରହିବା ପରେ ପୁଣି ଫେରିଲା । ଏହି ଭିତରେ ନାବାଳିକା ଝିଅ ସାବାଳିକା ହୋଇଯାଇଛି । ତେବେ ପ୍ରେମ କମିନଥିଲା । ପୂର୍ବପରି ଦୁହିଁକ ମିଳାମିଶା ଆରମ୍ଭା ହେଲା । ଲୁଚାଛପାର ଏହି ମିଳାମିଶା ପରିବାରର ଲୋକଙ୍କ ଦେହରେ ଗଲାନି । ଶୁକ୍ରବାର ପ୍ରେମିକ-ପ୍ରେମିକାର ଏହି ମିଳାମିଶାକୁ ନେଇ ଦୁଇ ପରିବାର ମଧ୍ୟରେ ବଚସା ହେଲା । ଏହି ବଚସା ଏତେ ବାଟ ଆଗକୁ ଗଲା ଯେ ମାରପିଟରେ ଶେଷ ହେଲା । ଆହୁରି ମଧ୍ୟ ଏହି ଘଟଣା ଚନ୍ଦ୍ରଶେଖରପୁର ଥାନାକୁ ଗଲା ।
ଆଜି ସନ୍ଧୟାରେ ଚନ୍ଦ୍ରଶେଖରପୁର ଥାନାରେ ହରେକୃଷ୍ଣନଗର ବସ୍ତିର ଦୁଇ ପ୍ରେମିଯୁଗୋଳଙ୍କ ପରିବାର ପହଞ୍ଚି ଏତଲା ଦେଲେ । ତେବେ ପୁଲିସ ଉଭୟଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲା । ତେବେ ଆଇଆଇସିଙ୍କ ଏକ ପାକ୍ଷିକିୟା ନ୍ୟାଯ ଆଗରେ ପୁଅ ଘର ମୁଣ୍ଡ ନଇଁ ଯାଇଥିବା ଚର୍ଚ୍ଚା ହେଉଛି । ପୁଅକୁ ବାନ୍ଧି ପୁଣି ଜେଲ୍ ପଠାଇବାକୁ ଝିଅ ଘର ଲୋକ ଅଡି ବସିଥିବା ବେଳେ ଆଇଆଇସି ମଧ୍ୟ ତାଙ୍କରି କଥା ଭଳି ଯାଇଛନ୍ତି ବୋଲି ଶୁଣିବାକୁ ମିଳୁଛି । ଏପଟେ ଆଇଆଇସି ପୁରା ଘଟଣାକୁ ଫାଙ୍କୁଛନ୍ତି । ତାଙ୍କର ଏପରି ଫାଙ୍କିବା ପଛରେ ଆଉ କିଛି ଉଦ୍ଦେଶ୍ୟ ନାହିଁ ତ ତାକୁ ନେଇ ଚାଲିଛି ଚର୍ଚ୍ଚା ।