ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ତାରିଖ ପେ’ ତାରିଖ…ତାରିଖ ପେ’ ତାରିଖ…ତାରିଖ ପେ’ ତାରିଖ । ଅର୍ଥାତ ଦିନ ପରେ ଦିନ, ମାସ ପରେ ମାସ ଓ ବର୍ଷ ପରେ ବର୍ଷ । ଏତିକି କଥା କହିଲେ ବୁଝା ପଡିଯାଏ ଆମେ କହୁଛୁ ଭାରତୀୟ ନ୍ୟାୟପାଳିକା ବ୍ୟବସ୍ଥାର କଥା । ସଜା ହେଲା ବେଳକୁ କେତେବେଳେ ଆସାମୀର ମୃତ୍ୟୁ ହୋଇସାରିଥାଏ ତ’ ଆଉ କେଉଁଠି ନ୍ୟାୟ ପାଇଁ ଆଶାୟୀ ଦୁନିଆ ଛାଡି ଦେଇଥାଏ । ଖାସ ଏଥିଲାଗି ଅନେକ ସମୟରେ ଚୁଟକୁଲା କରାଯାଏ ଆଇନର ବ୍ୟବସ୍ଥାକୁ ନେଇ । ଦଫା ସମାନ ଓ କେସ ସମାନ, ନରର୍ସିମା ରାଓ ବେଲ ଲାଲୁ ପ୍ରସାଦ ଜେଲ । ହେଲେ ଏ ସମସ୍ତ ହତାସ ଭିତରେ ଆଶାର କିରଣ ଏବେ ବି ରହିଛି । ଯାହାର ଜ୍ୱଳନ୍ତ ଉଦାହରଣ ଗୁଣୁପୁର ଏଡିଜେ କୋର୍ଟ ବିଚାରପତୀଙ୍କ ବିଚାର ।
୯ଜଣଙ୍କୁ ଏକକାଳୀନ ଫାଶିଦଣ୍ଡାଦେଶ । ଗୁଣିଗାରେଡି ସନ୍ଦେହରେ ୩ଜଣଙ୍କୁ ହତ୍ୟା କରିବା ମାମଲାରେ ଏହି ଐତିହାସିକ ଦଣ୍ଡାଦେଶ ଶୁଣାଇଛନ୍ତି ଗୁଣୁପୁର ଏଡିଜେ କୋର୍ଟ । ସବୁଠୁ ବଡ଼ କଥା ହେଉଛି ଏଠି ତାରିଖ ପେ’ତାରିଖ ଗଡିନି ବରଂ ମାତ୍ର ୨ବର୍ଷ ଭିତରେ ଏହି ଦଣ୍ଡାଦେଶ ଦିଆଯାଇଛି । ଏଭଳି ଦଣ୍ଡାଦେଶ ଓଡିଶା ଇତିହାସ କ’ଣ ବରଂ ଦେଶରେ ପ୍ରଥମ ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ଘଟଣା ଅପରାଧୀଙ୍କୁ ଯେତିକି ସବକ ଶିଖାଇନି ଓଲଟି ନ୍ୟାୟପାଳିକା ଉପରେ ଲୋକଙ୍କ ବିଶ୍ୱାସକୁ ଆହୁରି ବଢ଼ାଇ ଦେଇଛି । ଏଭଳି ତ୍ୱରିତ ନ୍ୟାୟ ମିଳିଲେ ଅପରାଧ କରିବା ପୂର୍ବରୁ ଲୋକେ ୧୦୦ଥର ଚିନ୍ତା କରିବେ ବୋଲି ମତ ପ୍ରକାଶ ପାଇଛି । ଏନେଇ ଲୋକଙ୍କ ମତାମତ ଲୋଡିଥିଲା ଏଟିଆର ଟିମ । ଜାଣିବାକୁ ଚାହିଁଥିଲା ନ୍ୟାୟପାଳିକା ଉପରେ ଥିବା ଲୋକଙ୍କ ଆଶା ଓ ବିଶ୍ୱାସ ସମ୍ପର୍କରେ ।
ଲୋକଙ୍କ କହିବା ଥିଲା ଅଧିକାଂଶ କ୍ଷେତ୍ରରେ ଅପରାଧୀମାନେ ଖସି ଯାଉଛନ୍ତି ନଚେତ ସଜା କମ ପାଉଛନ୍ତି । ଯାହାଲାଗି ଅପରାଧ କମିବ କ’ଣ ବରଂ ବଢ଼ିବାରେ ଲାଗୁଛି । ଏଥିପାଇଁ ଆଇନ ଉପରୁ ଲୋକଙ୍କ ଭରସା କମିବାରେ ଲାଗୁଥିଲା । ତେବେ ଗୁଣୁପୁର କୋର୍ଟଙ୍କ ଏଭଳି ଦଣ୍ଡାଦେଶ ସାଧାରଣ ଲୋକଙ୍କ ବିଶ୍ୱାସକୁ ପୁଣି ଥରେ ସୁଦୃଢ଼ କରିଛି । ଅପରାଧୀଙ୍କ ଛାତି ଥରାଇ ଦେଇଛି । ଏକକାଳୀନ ୯ଜଣ ଅଭିଯୁକ୍ତଙ୍କୁ ଫାଶି ଦଣ୍ଡାଦେଶ ଶୁଣା ଯାଇଥିବାରୁ ନ୍ୟାୟପାଳିକା ତତେ’ ଶହେ ସାଲାମ ବୋଲି ଏବେ ଗର୍ବରେ ଛାତି ଫୁଲାଇ ଲୋକେ କହୁଛନ୍ତି । ସୂଚନାଯୋଗ୍ୟ, ୨୦୧୬ ପୁଟା ସିଂହ ଥାନା କିଟୁଙ୍ଗ ଗାଁର ବାପା,ମା ଝିଅ ମୋଟ ୩ଜଣଙ୍କୁ ଅତି ନୃଶଂସ ଭାବେ ପୋଡି ମାରି ଦିଆଯାଇଥିଲା । କୋର୍ଟଙ୍କ ଏଭଳି ରାୟ ପରେ ମୃତକଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ବେଶ ଖୁସି ପରିଲକ୍ଷିତ ହୋଇଛି ।
Subhrakant Rath
Excellent khoj….Every article is praiseworthy and a lesson to those who think power is at their side , none can do anything to them and they will build d society as per their convenient but some people r there like u who have d power of pen and most important in right way…… keep it up in making a bright society.