ଭୁୁବନେଶ୍ୱର,୨୧ା୨(ବ୍ୟୁରୋ): କଥାରେ ଅଛି ପୁଲିସ କାହାରି ନୁହେଁ । ଏହାକୁ ପ୍ରମାଣ କରିଛନ୍ତି ଜଣେ ମହିଳା ପୁଲିସ କର୍ମଚାରୀ । ଧୋକା ଦେଇଛନ୍ତି ପ୍ରେମିକକୁ । ଯାହାକୁ ଦିନେ ସେ ଅତି ନିଜର ଭାବୁଥିଲେ ।
ଯେତେବେଳେ ଚାକିରି କରିନଥିଲେ ସେତେବେଳେ ସେ ଜଣେ ଯୁବକଙ୍କୁ ଭଲ ପାଉଥିବା ଶୁଣିବାକୁ ମିଳୁଛି । କେବଳ ଏତିକି ନୁହେଁ ତାଙ୍କଠୁ ବହୁ ନାମିଦାମୀ ଗିଫ୍ଟ ମଧ୍ୟ ନେଇଥିବା ଚର୍ଚ୍ଚା ହେଉଛି । ପୁଲିସ ଟ୍ରେନିଂ ଚାଲିବା ବେଳେ ମଧ୍ୟ ଉଭୟଙ୍କ ମଧ୍ୟରେ ବେଶ ଭଲ ସମ୍ପର୍କ ଥିଲା । ହେଲେ ଚାକିରି ହେବା ପରେ ଉପରମୁହାଁ ହୋଇଥିଲେ ମହିଳା ପୁଲିସ ।
ଆଉ ସେ ଯୁବକଙ୍କୁ ଧରାଛୁଆଁ ଦେଇନଥିଲେ । ଯାହାକୁ ନେଇ ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଫାଟ । ଯାହା ଆଗକୁ ଉଗ୍ରରୂପ ନେଇଥିଲା । ପ୍ରେମରେ ପୃଷ୍ଠପ ପଡିଥିଲା ସତ କିନ୍ତୁ ସେଇଠୁ ଆରମ୍ଭ ହୋଇଥିଲା କଥା କଟାକଟି । ପରିସ୍ଥିତି ଏପରି ହୋଇଥିଲା ଦୁହେଁ ଦୁହିଁଙ୍କଠୁ ଅଲଗା ହେବାକୁ ଚାହିଁଥିଲେ ।
ତେବେ ଯୁବକ ଜଣଙ୍କ ଦେଇଥିବା ସମସ୍ତ ଗିଫ୍ଟ ମହିଳା ପୁଲିସଙ୍କୁ ମାଗିଥିଲେ । କିନ୍ତୁ ମହିଳା ପୁଲିସ କର୍ମଚାରୀ ଆଉ ସେସବୁକୁ ଫେରାଇବାକୁ ଇଚ୍ଛା କରି ନଥିଲେ । ତେବେ ଏହି ରାଗରେ ଯୁବକ ଜଣଙ୍କ ମହିଳା ପୁଲିସଙ୍କୁ ମାଡ଼ ମାରିଥିବା ଶୁଣିବାକୁ ମିଳୁଛି । ଏନେଇ ମହିଳା ପୁଲିସ ଅଭିଯୋଗ କରିବା ପରେ ସମ୍ପୃକ୍ତ ଯୁବକଙ୍କୁ ଏବେ ପୁଲିସ ଅଟକ ରଖିଥିବା ଜଣାପଡିଛି ।
ତେବେ ଏହି ଘଟଣାଟି ପୁଲିସ ମହଲରେ ଆଲୋଚନାର ବିଷୟ ହୋଇଛି । ସବୁଠୁ ବଡ଼କଥା ହେଉଛି ଟ୍ରେନିଂ ସାରି ମହିଳା ପୁଲିସ ଜଣଙ୍କ ଏବେ ନୂଆ ନୂଆ ଏକ ଥାନାରେ ନିଯୁକ୍ତି ପାଇଛନ୍ତି । ତେବେ ଏପରି ଘଟଣା ଶୁଣି ମାୟାବିନି ମହିଳା ପୁଲିସ ବୋଲି ଲୋକେ କହୁଛନ୍ତି ।
Durga Mahala
Haha OK good Carey on