ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ରାଜ୍ୟରେ ଖୁବ ବର୍ଷିବ ଲଘୁଚାପ ବର୍ଷା । ଉତ୍ତରପଶ୍ଚିମ ବଙ୍ଗୋପସାଗର ଆଖପାଖରେ ଏକ ଲଘୁଚାପ ସୃଷ୍ଟି ହୋଇ ଘନିଭୂତ ହେବାରେ ଲାଗିଛି । ଆସନ୍ତାକାଲି ଅପରାହ୍ନ ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ । ତେବେ ପରବର୍ତ୍ତୀ ସମୟରେ ଏହା ଲଘୁଚାପ ର ରୂପ ନେଇପାରେ ବୋଲି ସୁଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ କେନ୍ଦ୍ର । ଖାଲି ସେତିକି ନୁହେଁ ଏହାର ପ୍ରଭାବରେ ଆସନ୍ତା ୨୬ ତାରିଖରୁ ୨୯ ତାରିଖ ମଧ୍ୟରେ ରାଜ୍ୟର ଅନେକ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବାର ପୁର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ସେପଟେ ପୁର୍ବରୁ ଭାରତୀୟ ପାନିପାଗ ବିଭାଗ ଭାରତ ଉପରେ ୫ରୁ ଅଧିକ ଘୁର୍ଣ୍ଣିବଳୟର ସମ୍ଭାବନା ରହିଥିବାର ଅନୁମାନ କରିଥିଲା । ଏହାସହ ଓଡିଶା ସମେତ ବିଭିନ୍ନ ରାଜ୍ୟରେ ବର୍ଷା ହେବାର ମଧ୍ୟ ଅନୁମାନ ଜାହିର କରିଥିଲା ଭାରତୀୟ ପାଣିପାଗ ବିଭାଗ । ତେବେ ଆସନ୍ତା ୨୬ ତାରିଖରେ ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟି ହେଉଥିବା ଲଘୁଚାପର ପ୍ରଭାବରେ ରାଜ୍ୟର ଉତ୍ତର ଏବଂ ଉପକୂଳ ଅଞ୍ଚଲରେ ପ୍ରବଳ ବର୍ଷା ହୋଇପାରେ ବୋଲି ଜଣାପଡିଛି । ଆସନ୍ତାକାଲିଠୁ ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ହେଉଛି ବଲାଙ୍ଗିର, କଳାହାଣ୍ଡି, ସମ୍ବଲପୁର, ରାୟଗଡ଼ା, ବରଗଡ଼, ସୁନ୍ଦରଗଡ଼, ନୂଆପଡ଼ା ଓ ସୋନପୁର। ସେହିପରି ଆଭ୍ୟନ୍ତରୀଣ ଓଡିଶାରେ ମଧ୍ୟ ଆସନ୍ତା ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ବର୍ଷା ଲଗିରହିବ ବୋଲି ଭାରତୀୟ ପାଣିପାଗ ବିଭାଗ କେନ୍ଦ୍ର ଅନୁମାନ କରିଛି ।