ଭୁବନେଶ୍ୱର: ପୁଣି ରକ୍ତରେ କଳଙ୍କର ଛିଟା । ଝିଆରୀକୁ ଦୁଷ୍କର୍ମ ଉଦ୍ୟମ କଲା ଦାଦା । ଏଭଳି ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି କଟକର ବାଙ୍କୀ ଅଞ୍ଚଳରେ ।୧୨ବର୍ଷର ଝିଆରୀକୁ ଦୁର୍ଷ୍କମ କରିବା ମାମଲାରେ ଅଭିଯୁକ୍ତ ଦାଦାକୁ ହାତକଡ଼ି ପିନ୍ଧାଇଛି ପୁଲିସ ।
ପୂରା ଘଟଣାଟି ଏହିପରି, ବାଙ୍କୀ ଅଞ୍ଚଳରେ ଏବେ ନାଚପାଟି ପଡିଛି । ରାତିରେ ଗାଁ ଲୋକେ ସମସ୍ତେ ନାଚ ଦେଖିବା ଲାଗି ଯାଇଥିଲେ । ରାତି ଅନିଦ୍ରା ହୋଇ ସମସ୍ତେ ଶୋଇଥିବା ବେଳେ ଏହାର ଫାଇଦା ଉଠାଇଥିଲା କାମୁକ ଦାଦା । ଶୋଇଥିବା ଝିଅକୁ ଏକ ଘର ଭିତରକୁ ଉଠାଇନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ । ତେବେ ଝିଅଟି ଚିକ୍ରାର କରିବାରୁ ଲୋକେ ରୁଣ୍ଡ ହୋଇଯାଇଥିଲେ । ସେଠାରୁ ଝିଅଟିକୁ ଉଦ୍ଧାର କରିବା ସହ କାମୁକ ଦାଦାକୁ ବହେ ଖୋବି ଶେଷରେ ପୁଲିସର ଜିମା ଦେଇଥିଲେ ।