ବ୍ରହ୍ମପୁର, (ଏଟିଆର ବ୍ୟୁରୋ): ଆକ୍ସନ ମୁଡରେ ପୁଲିସ । ଅପରାଧୀଙ୍କୁ ସବକ ଓ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ଲାଗି ଆରମ୍ଭ ହୋଇଛି ଅପରେସନ କ୍ଲିନ । ଖାସ ଏଥିପାଇଁ ତ’ ଗୋଟିଏ ପରେ ଗୋଟିଏ ଏନକାଉଣ୍ଟର ଏବେ ଅପରାଧୀଙ୍କ ବିପି ବଢ଼ାଇ ଦେଇଛି । ବୁଧବାର ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଦିଲ୍ଲୀପ ଦାସ ଆହତ ହୋଇଥିବା ବେଳେ ଆଜି ପୁଣି ଏକ ଏନକାଉଣ୍ଟରରେ କାଳୁ ବିଶ୍ୱାଳ ନାମକ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ତା’ ଡାହାଣ ଗୋଡରେ ଗୁଳି ବାଜିଥିବା ବେଳେ ଅଧିକ ଚିକିତ୍ସା ଲାଗି ତାକୁ ହସପିଟାଲରେ ଭର୍ତ୍ତି କରାଯାଇଛି । ତା’ ପାଖରୁ ଏକ ବନ୍ଧୁକ, ୩ରାଉଣ୍ଡ ଗୁଳି ସମେତ ନମ୍ବରବିହିନ ବାଇକ ଜବତ ହୋଇଛି । ଢ଼େରଦିନ ହେବ କାଳୁ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଥିଲା । ବଡ଼ଗଡ଼, ସୋରଡା ଏପରିକି ଭଞ୍ଜନଗର ଥାନାରେ ତା’ ନାଁରେ ଏକାଧିକ ମାମଲା ରୁଜୁ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡିଛି । ସବୁଠୁ ବଡ଼ କଥା ହେଉଛି ଆସିକା ଥାନା ଅଞ୍ଚଳରେ ସେ ବୁଲାବୁଲି କରୁଥିବା ସୂଚନା ମିଳିଥିଲା । ଏହାପରେ ପୁଲିସ ତାକୁ ଧରିବା ଲାଗି ଜାଲ ବିଛାଇଥିବା ବେଳେ ଚାରିମାଇଲ ଛକରେ ପୁଲିସ ଛକି ରହିଥିଲା । ତେବେ ସାମ୍ନାସାମ୍ନୀ ହୋଇଯିବା ପରେ କାଳୁ ସେଠାରୁ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲା । ଫଳସ୍ୱରୂପ ପୁଲିସ ଉପରକୁ ସେ ଅନ୍ଧାଧୂନ ଗୁଳିମାଡ଼ କରିଥିଲା । ପୁଲିସ ବି ନଛୋଡ ବନ୍ଧା । ଆରମ୍ଭ ହୋଇଥିଲା ପାଲଟା ଗୁଳି ଚାଳନା । ଶେଷରେ ପୁଲିସ ଗୁଳିରେ କାଳୁ ଆହତ ହୋଇଥିଲା । ତେବେ ଏହି ଟକରାଟକ୍କରି ପରିସ୍ଥିତିରେ ଆସିକା ଥାନା ଅଧିକାରୀଙ୍କ ସମେତ ୨ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ଗତ ଏପ୍ରିଲ ୪ରେ ହୋଇଥିବା ବିଜେଡି ନେତାଙ୍କୁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିଲା କାଳୁ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024