ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଣି ଜବତ ହୋଇଛି ଜାଲ ନୋଟ । ତାହା ପୁଣି ଭୁବନେଶ୍ୱର ରେଳଷ୍ଟେସନରୁ । କାମାକ୍ଷା-ଜସବନ୍ତପୁର ଏକ୍ସପ୍ରେସରେ ଚାଲାଣ ହେଉଥିବା ବେଳେ ପାଖାପାଖି ୩ଲକ୍ଷରୁ ଅଧିକ ଟଙ୍କାର ଜାଲ ନୋଟ ଜବତ ହୋଇଥିବା ସୂଚନା ମିଳିଛି । ଘଟଣାରେ ଜଣେ ବାଂଲାଦେଶୀ ଯୁବକଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି ।
ବାଂଲାଦେଶରୁ ବେଙ୍ଗାଲୁରକୁ ଏହି ଜାଲ ନୋଟ ଚୋରା ଚାଲାଣ ହେଉଥିବା ପୁଲିସ ଜାଣିବାକୁ ପାଇଛି । ରିପୋର୍ଟ କହୁଛି , ପୂର୍ବରୁୁ ଟ୍ରେନରେ ଜାଲ ନୋଟ ଆସୁଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇଥିଲା ଗୁଇନ୍ଦା ବିଭାଗ । ତେଣୁ ତାକୁ ଧରିବା ଲାଗି ଏକ ଟିମ ଜାଲ ବିଛାଇଥିଲା । ଭୁବନେଶ୍ୱର ଷ୍ଟେସନରେ ଟ୍ରେନ ଅଟକିବା ପରେ ଚଢ଼ାଉ କରାଯାଇ ଏସବୁ ଜାଲ ନୋଟ ଜବତ କରାଯାଇଛି । ତେବେ ଏହି ର୍ୟାକେଟ ଆଉଁ କେଉଁଠି ସକ୍ରୀୟ ରହିଛି ସେନେଇ ଅଧିକ ଖୋଳତାଡ ଜାରି ରଖିଛି ଗୁଇନ୍ଦା ।