ଝାରସୁଗୁଡା,(ଏଟିଆର ବ୍ୟୁରୋ): ଜମିଜମାକୁ କେନ୍ଦ୍ର କରି ନିଜ ବୋହୂ ଦେହରରେ କିରାସିନ ଢ଼ାଳି ଶ୍ୱଶୁର ପୋଡି ମାରିଦେବା ଭଳି ଘଟଣା ଝାରସୁଗୁଡାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମୃତ ମହିଳାଙ୍କ ନାଁ ରୁକ୍ମଣୀ ରୋହିଦାସ । ଏନେଇ ମୃତ ମହିଳାଙ୍କ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ପୁଲିସ ଆରମ୍ଭ କରିଛି ଖୋଳତାଡ ।
ରିପୋର୍ଟ ଅନୁସାରେ, ଭାଲୁପତ୍ର ଗାଁର ବନମାଳି ରୋହିଦାସଙ୍କ ପ୍ରଥମ ପତ୍ନୀଙ୍କ ପୁଅ ଶୁଖାରାମଙ୍କୁ ରୁକ୍ମଣୀ ବିବାହ କରିଥିଲେ । ତେବେ ୪ମାସ ତଳେ ଶୁଖାରାମଙ୍କ ମୃତ୍ୟୁ ହୋଇଥିଲା । ସ୍ୱାମୀର ମୃତ୍ୟୁ ପରେ ରୁକ୍ମଣୀ ଶ୍ୱଶୁର ଘରେ ରହୁଥିଲେ । ତେବେ ଗତକାଲି ସନ୍ଧ୍ୟାରେ ଜମିଜମାକୁ ନେଇ ରୁୂକ୍ମଣୀ ଓ ବନମାଳିଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା । ପରେ ଏହା ଉଗ୍ରରୂପ ନେଇଥିଲା ।
ଉତ୍ତ୍ୟକ୍ତ ହୋଇ ବନମାଳି ରୁକ୍ମଣୀଙ୍କ ଉପରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇଥିଲେ । ଗୁରୁତର ଅବସ୍ଥାରେ ରୁକ୍ମଣୀଙ୍କୁ ପ୍ରଥମେ ଝାରସୁଗୁଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।