ଭୁବନେଶ୍ର,୭ା୨/ବ୍ୟୁରୋ): ବିଚ୍ ରାସ୍ତାରେ ଆକ୍ରମଣ କଲେ ଦୁର୍ବୃତ୍ତ । ଅନ୍ଧାଧୂନ୍ କଲେ ଗୁଳିମାଡ଼ । ବିଚରା ମାଉସୀଘରକୁ ଯାଇଥିବା ଯୁବକ ସିଧା ଗଲେ ମେଡିକାଲ । ଏମିତି ଏକ ଘଟଣା ଘଟିଛି ପ୍ରତାପନଗରୀ ପଣ୍ଡାନର୍ସିିଂ ହୋମ୍ ସାମ୍ନାରେ । ଗୁଳିମାଡ଼ରେ ଆହତ ବ୍ୟକ୍ତି ହେଲେ ସାମନ୍ତରାପୁର ଅଞ୍ଚଳର କାର୍ତ୍ତିକ ଖେଟେଇ । ତେବେ ଗୁଳିମାଡ଼ ପଛରେ ପୂର୍ବଶତ୍ରୁତା ଥିବା କୁହାଯାଉଛି ।
ରିପୋର୍ଟ ଅନୁସାରେ, ଢ଼େରଦିନ ହେବ କାର୍ତ୍ତିକଙ୍କର ସ୍ଥାନୀୟ ଲୋକଙ୍କ ସହ ପୂର୍ବ ଶତ୍ରୁତା ଲାଗି ରହିଥିଲା । ବୁଧବାର ସକାଳେ କାର୍ତ୍ତିକ କଟକରେ ରହୁଥିବା ତାଙ୍କ ମାଉସୀ ଘରକୁ ଯାଇଥିଲେ । ଫେରିବା ବେଳେ ଅଚାନକ୍ ଦୁଇଜଣ ଦୁର୍ବୃତ୍ତ ଏକ ନାଲି ରଙ୍ଗର ବାଇକ୍ରେ ଆସି ଗୁଳିମାଡ଼ କରିଥିଲେ । ଭାଗ୍ୟଭଲ ଗୁଳିଟି କାର୍ତ୍ତିକଙ୍କ ଜଙ୍ଘରେ ବାଜିଛି । ଗୁଳିମାଡ଼ ଶୁଣି ଲୋକେ ରୁଣ୍ଡ ହୋଇ ଯିବାରୁ ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଥିଲେ । ପୁଲିସ କାର୍ତ୍ତିକଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସପିଟାଲ ପଠାଇଛି । ସେପଟେ କାର୍ତ୍ତିକଙ୍କ ନାଁରେ ବି ଏକାଧିକ ମାମଲା ରହିଥିବା ଜଣାପଡିଛି ।