ଭୁବନେଶ୍ୱର ( ଏଟିଆର ବ୍ୟୁରୋ ) ; ଜୈବ ଇନ୍ଧନରେ ଚାଲିବ ବିମାନ । ଏଣିକି ଦେଶରେ ଚାଲିବ ବାୟୋ ଜେଟ । ଦେଶରେ ପ୍ରଥମ ଥର ଲାଗି ଆରମ୍ଭ ହେଲା ଜୈବ ଇନ୍ଧନ ବିମାନ ସେବା । ଆଜି ପ୍ରଥମ ଥର ଲାଗି ଡେରାଡୁନରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି ବାୟୋ ଜେଟ । ଉତ୍ତରାଖଣ୍ଡର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ପେଟ୍ରୋଲିୟମ ଠାରେ ଏଭଳି ସ୍ୱଳ୍ପ ଖର୍ଚ୍ଚ ଯୁକ୍ତ ବିମାନ ସେବା ତିଆରି କରାଯାଇଥିବାର ଜଣା ପଡିଛି । ତେବେ ଆଜି ବାୟୋ ଜେଟକୁ ପରୀକ୍ଷାମୂଳକ ଉଦେଶ୍ୟରେ ଡେରାଡୁନରୁ ଦିଲ୍ଲୀକୁ ଉଡାଣ ଭରାଯାଇଥିଲା ।
ଡେରାଡୁନରୁ ଉଡାଣ ଭରିଥିବା ବାୟୋ ଜେଟ ଆଜି ଇନ୍ଦିରା ଗାନ୍ଧୀ ଆର୍ନ୍ତଜାତୀୟ ବିମାନବନ୍ଦରରେ ପହଞ୍ଚିଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ , ସୁରେଶ ପ୍ରଭୂ , ଜୟନ୍ତ ସିହ୍ନାଙ୍କ ସମେତ କେନ୍ଦ୍ର ପେଠ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିବା ଜଣା ପଡିଛି । ଦେଶରେ ପେଟ୍ରୋଲ , ଡିଜେଲର ମୂଲ୍ୟ ବଢୁଥିବା ତଥା ଇନ୍ଧନ ଓ ପ୍ରାକୃତିକ ଗ୍ୟାସ ର ଅଭାବ ପରିଲକ୍ଷିତ ହେଉଥିବା ଏଭଳି ସ୍ୱଳ୍ପ ଖର୍ଚ୍ଚ ରେ ବିମାନ ସେବା ପ୍ରଚେଷ୍ଟା ଦ୍ୱାରା ସାଧାରଣ ଲୋକେ ଉପକୃତ ହେବେ ବୋଲି ଜଣା ପଡିଛି ।