ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ବିଜୁପଟ୍ଟନାୟକ ଏୟାରପୋର୍ଟରୁ ଆଜି ସନ୍ଧ୍ୟାରେ କଷ୍ଟମ ବିଭାଗ ୪ଜଣଙ୍କୁ ଗିରଫ କରିିଛି । ସେମାନଙ୍କ ପାଖରୁ ୨୨ଲକ୍ଷ ଟଙ୍କା ବିଦେଶୀ ମୁଦ୍ରା ଜବତ ହୋଇଛି । ଅଭିଯୁକ୍ତମାନେ କୋଲକତା, ଦିଲ୍ଲୀ ଓ କଟକର ବୋଲି ଜଣାପଡିଛି ।
ଏୟାରଇଣ୍ଡିଆର ବିମାନ ଯୋଗେ ବ୍ୟାଙ୍କକରୁ ସେମାନେ ଆଜି ଭୁବନେଶ୍ୱର ଆସିଥିଲେ । ଏଠାରେ ପହଁଚିବା ପରେ ସେମାନଙ୍କର ଲଗେଜ ଯାଁଚ ହୋଇଥିଲା । ଏହି ସମୟରେ ଉକ୍ତ ବୈଦେଶିକ ଟଙ୍କା ଓ ସୁନା ଜବତ ହୋଇଥିଲା । ତେବେ ସେମାନେ ଏତେ ପରିମାଣର ଟଙ୍କା କେଉଁଠୁ ଓ କାହିଁକି ଆଣିଥିଲେ? କାହାକୁ ଦେବାର ଥିଲା? ଏନେଇ ଅଧିକ ଖୋଳତାଡ ଜାରି ରହିଛି । ତେବେ ପୂରା ଘଟଣାର ସୁରାକ ଗୁଇନ୍ଦା ବିଭାଗ ପାଇବା ପରେ ଏହି ୪ଜଣଙ୍କୁ ଧରାଯାଇଛି ।