ଭୁବନେଶ୍ୱର,(ଏଟିଆର ବ୍ୟୁରୋ): କ୍ୟାପିଟାଲ ଥାନା ପୁଲିସ ନାଁରେ ଏକ ସାଂଘାତିକ ଅଭିଯୋଗ ଉଠିଛି । ଜୁଆଆଡ୍ଡା ଉପରେ ଚଢ଼ାଉ କରି ଯେଉଁ ଖାତିରଦାର ପୁଲିସ ଦେଖାଇଛି ସେଥିରେ ଏକ ବଡ଼ ଧରଣର ହେରଫେର ହୋଇଥିବା ନେଇ ଶୁଣିବାକୁ ମିଳୁଛି ।
ପାଖାପାଖି ୫୦ହଜାର ଟଙ୍କା ହେରଫେର ହୋଇଛି । ତେବେ ଏ କଥା କେତେଦୂର ଠିକ୍ ତାହା ଜଣାପଡିନଥିବା ବେଳେ ଏ ସମ୍ପର୍କରେ ଜଣେ ବ୍ୟକ୍ତି ଟେଲିଫୋନ ଜରିଆରେ ଏଟିଆରକୁ ସୂଚନା ଦେଇଛନ୍ତି । ଯଦି ଏହା ସତ ହୁଏ ତେବେ ସାଂଘାତିକ । ବରିଷ୍ଠ ଅଧିକାରୀ ଏହାର ତଦନ୍ତ କଲେ ପୂରା ଘଟଣା ସାମ୍ନାକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ, ୟୁନିଟ ୧ରେ ଥିବା ଗ୍ରାଉଣ୍ଡ ମାର୍କେଟରେ ଜୁଆଖେଳ ଚାଲିଥିବା ନେଇ ସୂଚନା ମିଳିଥିଲା ।
ପୁଲିସ ଅଚାନକ ସେଠାରେ ଚଢ଼ାଉ କରିବା ସହ ୫ଜଣଙ୍କୁ ଗିରଫ କରିଥିଲା । ତେବେ ଘଟଣାସ୍ଥଳରୁ ପୁଲିସ ତାସ ମୁଠା ସହ ନଗଦ ୫୫ହଜାର ୪ଶହ ଟଙ୍କା ଜବତ କରିଥିଲା । ହେଲେ ଗିରଫ କରିବା ପରେ ମାତ୍ର ୫ହଜାର ଟଙ୍କା ପୁଲିସ ଦେଖାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି ।