ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକର ଷୋହଳବିନ୍ଧା ଗାଁରେ ଉଦଯାପିତ ହୋଇଯାଇଛି ହଳେଶ୍ୱର ପ୍ରିମିୟର ଲିଗ । ଗତ ୩୫ଦିନ ହେବ ଏହି କ୍ରିକେଟ ଖେଳ ଚାଲିଥିଲା । ଯେଉଁଥିରେ ୪୮ଟି ଟିମ ଭାଗ ନେଇଥିଲେ । ଶେଷରେ ଢ଼େପନାପଡ଼ା ଓ ଲଉଡି ଗାଁ ଫାଇନାଲରେ ପହଞ୍ଚିଥଲେ । ଉଭୟଙ୍କ ମଧ୍ୟରେ ବେଶ କଡ଼ା ମୁକାବିଲା ହୋଇଥିଲା । କିନ୍ତୁ ଶେଷରେ ଭେପନାପଡ଼ାକୁ ପଛରେ ପକାଇ ବାଜିମାତ କରିଛି ଲଉଡି ଗାଁ ଟିମ ।
ଏଥିରେ ମୁଖ୍ୟ ଅତିଥି ଭାବେ ଗୋପାଳପୁର ବିଧାୟକ ଡା. ପ୍ରଦୀପ କୁମାର ପାଣିଗ୍ରାହୀ, ବିପିୟୁଟି ଛାତ୍ର ସଂଗଠନ ଅଶ୍ୱୀନି କୁମାର ସାହୁ, ଡିଆରଡିଏ ଚେୟାରମ୍ୟାନ ସୁବାଷ ବେହେରା, ସିଏଚ ଭରତ ପାତ୍ର, ସରପଞ୍ଚ ବିଷ୍ଣୁପ୍ରୀୟା ନାୟକ ଓ ଅନ୍ୟାନ କମକର୍ତ୍ତା ଯୋଗ ଦେବା ସହ ବିଜୟ ହାସଲ କରିଥିବା ଟିମକୁ ୧୦ହଜାର ଟଙ୍କା ଓ ରନର୍ସ ଟିମକୁ ୬ହଜାର ଟଙ୍କା ସମେତ ଟ୍ରଫି ପ୍ରଦାନ କରିଥିଲେ । ହିମାଂଶୁ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ରିପୋର୍ଟ: ନବୀନ ରାଜ ଆଚାରୀ