କଳାହାଣ୍ଡି,(ଏଟିଆର ବ୍ୟୁରୋ) : ଜେଲରୁ ଚମ୍ପଟ ମାରିଲେ କଏଦୀ । ମାଳ ମାଳ ସୁରକ୍ଷା କର୍ମୀଙ୍କୁ ଭକୁଆ ବନାଇ କଏଦୀ ଚମ୍ପଟ ମାରିବା ଘଟଣା ପୁଣି ଥରେ ଜେଲର ସୁରକ୍ଷା ବ୍ୟବସ୍ଥାର ଢ଼ିଲା ପଣକୁ ପଦାରେ ପକାଇଛି । ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜେଲରେ । ଏକ ନାରୀ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ଭବସାଗର ଶବର ଏବେ ଫେରାର ହୋଇଯାଇଛି ।
ତାକୁ ଧରିବା ଲାଗି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲେ ବି ତାର କୌଣସି ପତ୍ତା ମିଳିପାରି ନାହିଁ । ରିପୋର୍ଟ କହୁଛି ଭବସାଗର ବଗିଚାରେ କାମ କରୁଥିବା ବେଳେ ସୁଯୋଗ ନେଇ ଫେରାର ହୋଇଯାଇଛି । ତେବେ ଏଠି ପ୍ରଶ୍ନ ଡ୍ୟୁଟିରେ ଥିବା ସୁରକ୍ଷା କର୍ମୀ ଏ ସମ୍ପର୍କରେ ଜାଣି ପାରିଲେ ନାହିଁ କେମିତି? ଶୁଣିବାକୁ ମିଳୁଛି ତାକୁ ଖସାଇବା ଦେବା ଲାଗି ଜେଲର ଜଣେ କର୍ମଚାରୀ ପୂର୍ବରୁ ହିଁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି । ଏ କଥା ଯଦି ସତ ହୁଏ ତେବେ ବରିଷ୍ଠ ଅଧିକାରୀ ଘଟଣାର ଖୋଳତାଡ କରି ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।